୧୧ ବଖରା ଜଳିଗଲା: ୬ ଗୁହାଳରେ ନିଆଁ ଲାଗି ୯୦ ଛେଳି ଜୀବନ୍ତ ଦଗ୍ଧ

Published: Mar 5, 2021, 9:54 pm IST

ଗଞ୍ଜାମ: ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ଶେରଗଡ଼ ବ୍ଲକର କେ.କରଡ଼କଣା ଗ୍ରାମପଚାଂୟତ ଅନ୍ତର୍ଗତ ଲାଓଗୁଡ଼ା ଗ୍ରାମରେ ଏକ ପାଳଗଦାରେ ନିଆଁ ଲାଗି ୧୧ ବଖରା ଘର ଜଳିଯିବା ସହିତ ୬ଟି ଗୁହାଳରେ ନିଆଁ ଲାଗି ଯାଇଥିଲା। ଫଳରେ ୯୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି।

ଖବର ପାଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର, ବିଡ଼ିଓ ସୁରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ଅକ୍ଷୟ ମଳିକ ପ୍ରମୁଖ ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଏଥି ସହିତ ଅଗ୍ନି ବିପନ୍ନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଓ ପାଲ ଯୋଗାଇ ଦିଆଯାଇଛି।

Related posts