Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜୁବାବୁଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଛାତ୍ର ଓ ଯୁବ ଜନତାର ସାଇକେଲ ରାଲି
ଆଜିର ଖବର

ବିଜୁବାବୁଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଛାତ୍ର ଓ ଯୁବ ଜନତାର ସାଇକେଲ ରାଲି

March 5, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୁଲ୍ୟରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯୁବକମାନଙ୍କର ପ୍ରେରଣାର ଉତ୍ସ ବିଜୁ ବାବୁଙ୍କ ୧୯୩୨ ମସିହାରେ କଟକ ରେଭେନ୍ସା କଲେଜ ଠାରୁ ସୁଦୂର ପାକିସ୍ଥାନର ପେଶୱାର ପର୍ଯ୍ୟନ୍ତ ଦୀର୍ଘ ୪୫୦୦ ମାଇଲର ଦୁଃସାହସିକ, ଐତିହାସିକ ସାଇକେଲ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ଏହି ସାଇକେଲର ରାଲିର ଆୟୋଜିତ କରିଥିଲା।

ଏହି ବିଶାଳ ସାଇକେଲ ଶୋଭାଯାତ୍ରାରେ ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା  ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିବା ଯୁବ/ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା  ବିଧାୟକ ଦେବୀପ୍ରସାଦ ମିଶ୍ର, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ବିଧାୟକ ଚନ୍ଦ୍ରସାରଥି ବେହେରା, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ତଥା  ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେଡି ନେତା ତଥା ଓଡିଶା କ୍ଷୁଦ୍ର ଶିଳ୍ପନିଗମ ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ, ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଏହି ବିଶାଳ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମବାର୍ଷିକୀ ସାଇକେଲ ରାଲି
Share. Facebook Twitter LinkedIn Email WhatsApp Copy Link

Related Posts

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026
Latest News

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.