Corona Return: ଦୁଇଟି ସହରରେ ଲାଗୁ ହେଲା ରାତ୍ରୀକାଳିନ କର୍ଫୁ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

Published: Mar 17, 2021, 9:46 pm IST

ଭୋପାଳ, ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟର ଦୁଇଟି ସହରରେ ରାତ୍ରୀକାଳିନ କର୍ଫୁ ଲାଗୁ କରିଛନ୍ତି। ସେହି ଦୁଇଟି ସହର ହେଲା ଭୋପାଳ ଏବଂ ଇନ୍ଦୋର। ଏହି ଦୁଇଟି ସହରରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ରାତିରେ ଲୋକମାନଙ୍କର ଚଳପ୍ରଚଳ ବେଶୀ ରହୁଥିବାରୁ ସରକାର ଏପରି ନିଷ୍ପତି ଗ୍ରହଣ କରିଛନ୍ତି।

ସେହିପରି ସ୍ଥାନୀୟ ପ୍ରଶାସନ 8 ଟି ସହରରେ ରାତି ଦଶଟା ପରେ ଦୋକାନ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ସହରଗୁଡିକ ହେଲା ଜବଲପୁର, ଗୌୱାଲିୟର, ଉଜ୍ଜାନ, ରତ୍ଲାମ, ଛିଣ୍ଡୱାଦା,ବୁରହନପୁର,ବେତୁଲ ଏବଂ ଖାରଗାଁ। ଏହା ଆଜି ରାତ୍ରୀରୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଠଟି ଜିଲ୍ଲାରେ ଯେଉଁମାନେ ମହାରାଷ୍ଟ୍ରରୁ ଆସିବେ ସେମାନେ ଗୋଟିଏ ସପ୍ତାହ କ୍ବାରଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related posts