Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସି.ଓ.ଆର ନପାଇ ଓଡ଼ିଶାର ୨୫୦୩ଟି ଘରୋଇ ବିଦ୍ୟାଳୟର ଭବିଷ୍ୟତ ଅନ୍ଧକାର
ଆଜିର ଖବର

ସି.ଓ.ଆର ନପାଇ ଓଡ଼ିଶାର ୨୫୦୩ଟି ଘରୋଇ ବିଦ୍ୟାଳୟର ଭବିଷ୍ୟତ ଅନ୍ଧକାର

March 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ପ୍ରାଇଭେଟ ସ୍କୁଲ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ନାଗଭୂଷଣ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ପରିଷଦର ସଭାପତି ଉମାକାନ୍ତ ସ୍ୱାଇଁ ଓଡ଼ିଶାରେ ୨୫୦୦ରୁ ଉର୍ଦ୍ଧ୍ୱ ବିଦ୍ୟାଳୟ ଏପର୍ଯ୍ୟନ୍ତ ସମାନ ପରିସ୍ଥିତିରେ ଥାଇ ମଧ୍ୟ ସି.ଓ.ଆର ପାଇପାରି ନାହାଁନ୍ତି ବୋଲି ଦାବି କରିଥିଲେ।

ଫଳସ୍ୱରୂପ ଉକ୍ତ ବିଦ୍ୟାଳୟଗୁଡ଼ିକ ସରକାରଙ୍କର ଆରଟିଇ ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ୨୫ ପ୍ରତିଶତ ମାଗଣା ଶିକ୍ଷା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ପଞ୍ଜିକରଣ କରିବାରୁ ବଞ୍ଚିତ ରହିବା ସହିତ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ କୋମଳମତି ଶିଶୁମାନେ ସରକାରୀ ମେଧାବୃତ୍ତି, ନବୋଦୟ ବିଦ୍ୟାଳୟ ତଥା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ କୃତିତ୍ୱ ଅର୍ଜନ ପାଇ ମଧ୍ୟ ନାମ ପଞ୍ଜିକୃତ କରିପାରୁ ନାହାଁନ୍ତି।

କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ଖୁଣ୍ଟିଆ ପ୍ରତିବର୍ଷ ପରି ଚଳିତବର୍ଷ ପୁନର୍ବାର ପୋଟାଲ ଖୋଲାଯାଇ ସିଓଆର ପାଇନଥିବା ବିଦ୍ୟାଳୟଗୁଡ଼ିକର ତୃଟି ସଂଶୋଧନ ପାଇଁ ସୁଯୋଗ ପ୍ରଦାନ କରିବା ପାଇଁ ସରକାରଙ୍କ ପାଖରେ ନିବେଦନ କରାଯାଉଅଛି।

ଶେଷରେ ପରିଷଦର ସାଧାରଣ ସମ୍ପାଦକ ସ୍ମୃତିରଞ୍ଜନ ପରିଡ଼ା ସିଓଆର ନ ପାଇବା ଫଳରେ ଅନେକ ଯୋଗ୍ୟ ବିଦ୍ୟାଳୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଫଳସ୍ୱରୂପ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଅଭିଭାବକ/ଅଭିଭାବିକା ତଥା ସ୍ୱଳ୍ପ ଦକ୍ଷିଣାରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଆଶା ଆଶଙ୍କାରେ ଗତି କରୁଛନ୍ତି ବୋଲି ଶ୍ରୀ ପରିଡ଼ା ମତବ୍ୟକ୍ତ କରିଥିଲେ।

ଏହା ସରକାରଙ୍କର ଶିକ୍ଷା ବିଭାଗ ପକ୍ଷରୁ କରୋନା ସମୟରେ ଯେଉଁସବୁ ଘରୋଇ ବିଦ୍ୟାଳୟଗୁଡ଼ିକ ଛୋଟ ଛୋଟ ସର୍ତ୍ତ ପୂରଣ କରିପାରି ନାହାଁନ୍ତି ସେମାନଙ୍କୁ ସର୍ତ୍ତମୂଳକ ସିଓଆର ପ୍ରଦାନ କରିବା ପାଇଁ ପରିଷଦର ଉପଦେଷ୍ଟା ତଥା ଏଆଇସିସିଟିୟୁ ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା ଓ କାର୍ଯ୍ୟକାରୀ ସଭାପତି ଓ ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠି ଦାବୀ କରିଛନ୍ତି।

ସରକାର ଯଦି ଏହି ଦାବୀଗୁଡ଼ିକ ତୁରନ୍ତ ସମାଧାନ ନକରନ୍ତି, ତେବେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ପରିଷଦ ପକ୍ଷରୁ ଆହ୍ୱାନ ଦିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026

ଆଜିର RR ଏବଂ RCB ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ ରିପୋର୍ଟ

April 10, 2026
Latest News

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.