
ଭୁବନେଶ୍ବର, ଭୁବନେଶ୍ବରର ବର୍ତ୍ତମାନ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। କାରଣ ଗତକାଲି ଯେପରି ତାତି ରହିଥିଲା ତାହା କେବେ ବି ହୋଇ ନ ଥିଲା। ତେବେ ଭାରତରେ ନୁହେଁ ବିଶ୍ବରେ କେଉଁଠି ବି ଏପରି ତାତି ଅନୁଭୂତ ହୋଇ ନ ଥିଲା। ପାଣିପାଗ ବିଭାଗ ଅନୁସାରେ ଗତକାଲି ଭୁବନେଶ୍ବର ତାପମାତ୍ର ଥିଲା 44.2 ଡିଗ୍ରୀ ସେଲସିୟସ। ଏହା ଏକ ରେକର୍ଡ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ପୂର୍ବରୁ 2016 ମସିହା ମାର୍ଚ୍ଚ 21 ତାରିଖରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ର ରେକର୍ଡ କରାଯାଇଥିଲା। ସେଦିନ ରାଜଧାନୀର ତାପମାତ୍ରା ଥିଲା 42.2 ଡିଗ୍ରୀ ସେଲସିୟସ।