ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ କୋଲକାତା କମିଶନରଙ୍କ ସମେତ ଅନ୍ୟ ୩ଅଧିକାରୀଙ୍କୁ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ଶୁକ୍ରବାର ରାତିରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ନିର୍ବାଚନ କମିଶନ କୋଲକାତା ପୋଲିସ କମିଶନର ଅନୁଜ ଶର୍ମାଙ୍କୁ ବଦଳାଇଥିବା ବେଳେ ବିଧାନନଗର କମିଶନର ଜ୍ଞାନବନ୍ତ ସିଂଙ୍କୁ ମଧ୍ୟ ବଦଳାଇଛନ୍ତି। ଏହାସହିତ ପ୍ରଦୁଷଣ ନିୟନ୍ତ୍ରଣ ବିଭାଗର ଏଡିଜି ଡ. ରାଜେଶ କୁମାରଙ୍କୁୂ କୋଲକାତାର ନୂତନ କମିଶନର ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ନଟରାଜନ ରମେଶ ବାବୁଙ୍କୁ ବିଧାନନଗର କମିଶନର ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି। ଏହା ସହିତ ବିଧାନ ନଗର ବିମାନବନ୍ଦର ବିଭାଗର ଉପ କମିଶନର ଅଭାନ୍ନୁ ରବିନ୍ଦ୍ରନାଥଙ୍କୁ ବୀରଭୂମର କମିଶନର ଭାବେ ନିଯୁକ୍ତ କରାଯାଇଛି। ଡାଏମଣ୍ଡ ହାର୍ବରର ପୋଲିସ୍ ମୁଖ୍ୟ ଭାବରେ ତୃତୀୟ ବାଟାଲିୟନ୍ର ଶ୍ରୀହରି ପାଣ୍ଡେଙ୍କୁ ନିଯୁକ୍ତ କରାଯାଇଛି। ଏହି ନିର୍ଦ୍ଦେଶକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବଦଳି କରାଯାଇଥିବା ଅଧିକାରୀଙ୍କୁ ନିର୍ବାଚନୀ ଡ୍ୟୁଟିରେ ବ୍ୟବହାର ନକରିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )