Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବି: ଟାଙ୍ଗୀ ସବ୍ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଗଣ ଧାରଣା
ଆଜିର ଖବର

ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବି: ଟାଙ୍ଗୀ ସବ୍ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଗଣ ଧାରଣା

April 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରାଜ୍ୟବ୍ୟାପୀ କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ବିଦ୍ୟୁତ ଦରକୁ ବିରୋଧ କରାଯାଉଛି। ରାଜ୍ୟ କଂଗ୍ରେସ ଏନେଇ ଆଂଦୋଳନର ଡାକରା ଦେଇଛି। ରାଜ୍ୟର ସବୁ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକ କଂଗ୍ରେସ ପକ୍ଷରୁ ମଧ୍ୟ ଏକ ଆନ୍ଦୋଳନ ଡାକରା ଦିଆଯାଇଛି। କଂଗ୍ରେସର ବ୍ଲକ ସଭାପତି ଯୋଗେନ୍ଦ୍ର କୁମାର ରାଉତଙ୍କ ନେତୃତ୍ବରେ ଶତାଧିକ ମହିଳା ଏବଂ ପୁରୁଷ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ବିଦ୍ୟୁତ ଦର ବୃଦ୍ଧିକୁ ପ୍ରତ୍ୟାହାର କରିନ୍ତୁ ବୋଲି କଂଗ୍ରେସ ଦାବି କରିଛି।

କଂଗ୍ରେସର ଦାବି ମୁତବକ, ୨୦୧୬ରେ ବିମୁଦ୍ରାୟନ ଓ ପରେ ପରେ କରୋନା ମହାମାରୀ ଯୋଗୁଁ ସବୁବର୍ଗର ବିଶେଷତଃ ମଧ୍ୟବିତ, ନିମ୍ନ ମଧ୍ୟବିତ, ଗରିବ, ଚାଷୀ ତଥା ବିଦ୍ୟୁତ ବ୍ୟବହାରକାରୀ ଅନୁ, କ୍ଷୁଦ୍ର, ମାଧ୍ୟମ ଶିଳ୍ପାନୁଷ୍ଠାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇପଡିଛି। କ୍ରୟ ଶକ୍ତି ହ୍ରାସ ପାଇଛି। ସେହି ସମୟରେ ରାଜ୍ୟରେ ଥିବା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦରରେ ବୃଦ୍ଧି ଘଟାଇଛି। ବିଶେଷତଃ ଟାଟା ବିଦ୍ୟୁତ ବିତରକ ସଂସ୍ଥା ବିତରଣ ଦାୟିତ୍ଵ ନେବା ଠାରୁ ୟୁନିଟ ପିଛା ଗତ ୭ ମାସ ମଧ୍ୟରେ ୨ ଥରରେ ୫୦ ପଇସା ଦର ବୃଦ୍ଧି କରିଛି।

ଓଡିଶା ଏକ ବିଦ୍ୟୁତ ଆମଦାନକାରୀ ରାଜ୍ୟ ଭାବେ ପରିଚିତ। ଏଠାରେ କୋଇଲା ଏବଂ ପାଣି ଶସ୍ତା ଓ ସୁବିଧାରେ ମିଳିଥାଏ। ଅଥଚ ବିଦ୍ୟୁତ ଶୁଳ୍କ, ବିଦ୍ୟୁତ କର ନିମନ୍ତେ ସବୁ ମିଶାଇ ୨୦୦ ୟୁନିଟ ବ୍ୟବହାର ଉପଭୋକ୍ତାମାନଙ୍କୁ ୟୁନିଟ ପିଛା ୫ ଟଙ୍କା ୬୦ ପଇସା ଏବଂ ୪୦୦ ୟୁନିଟରୁ ଉର୍ଦ୍ଧ୍ଵ ବ୍ୟବହାର କଲେ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଦେବାକୁ ପଡୁଛି। ଏହା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ଅସହ୍ୟ ହେଉଛି। ତେଣୁ ଏହି ଦର ବୃଦ୍ଧିକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦଳ ଦାବି କରିଛି।

ଏହି ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ୍ ନେତା ସଂଜୟ ପଟ୍ଟନାୟକ, ବିଶ୍ୱ ଭୁଷଣ ଛୋଟ୍ଟରାୟ, ଅଶୋକ କୁମାର ପାତ୍ର, ଗଣେଷ ପାଲଟା ସିଂ, ଗୋପାଳ ଜେନା ପ୍ରମୁଖ ସାମିଲ ରହି  ପ୍ରତିବାଦ କରିଥିଲେ।

କଂଗ୍ରେସ ପ୍ରତ୍ୟାହାର ଦାବି ବର୍ଦ୍ଧିତ ବିଦ୍ୟୁତ ଦର
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026

ପରୀକ୍ଷା କେନ୍ଦ୍ରକୁ ଯିବା ହେବ ସହଜ, NEET ପ୍ରାର୍ଥୀଙ୍କୁ ମାଗଣା ବସ୍ ସୁବିଧା

June 11, 2026

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026
Latest News

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026

ପରୀକ୍ଷା କେନ୍ଦ୍ରକୁ ଯିବା ହେବ ସହଜ, NEET ପ୍ରାର୍ଥୀଙ୍କୁ ମାଗଣା ବସ୍ ସୁବିଧା

June 11, 2026

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.