ମମତା ବାନାର୍ଜୀ ହାରୁଥିବାର ଅଡ଼ିଓ ଚାଟ୍ ଲିକ୍: ଜାଣନ୍ତୁ ଏନେଇ ବିଜେପିକୁ କ’ଣ କହିଲେ ପ୍ରଶାନ୍ତ କିଶୋର

Published: Apr 10, 2021, 12:29 pm IST

କଲିକତା: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହା ଭିତରେ ବିଜେପି ଆଇଟି ସେଲର ମୁଖ୍ୟ ଅମୀତ ମାଲବୀୟ କ୍ଲବ ହାଉସ ଆପରେ ଅଡ଼ିଓ ଜାରି କରିଛନ୍ତି। ଏହି ଅଡ଼ିଓରେ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପଛିମବଙ୍ଗରେ ବିଜେପି ଜିତୁଛି ବୋଲି କହୁଥିବାର ଶୁଣିବାକୁ ମିଳିଛି।

ହେଲେ ପ୍ରଶାନ୍ତ କିଶୋର ଏହାକୁ ଖାରିଜ କରିଛନ୍ତି। ଚିହ୍ନଟ କିଛି ଅଂଶ ବଦଳରେ ବିଜେପି ସଂପୂର୍ଣ୍ଣ ଅଡ଼ିଓ ଜାରି କଲେ, ଏହାର ସତ୍ୟତା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ପ୍ରଶାନ୍ତ କିଶୋରଙ୍କ ଭାଇରାଲ ଅଡ଼ିଓରେ ଶୁଣିବାକୁ ମିଳିଛି କି, ମୋଦୀ ନାମରେ ଭୋଟ ହେଉଛି, ହିନ୍ଦୁ ନାମରେ ଭୋଟ ହେଉଛି, ଧୃବିକରଣ, ହିନ୍ଦୀ ଭାଷା ଆଧାରରେ ଭୋଟ ହେଉଛି। ଅଧିକ ସଂଖ୍ୟକ ମତୁଆ ସମ୍ପ୍ରଦାୟର ଲୋକ ବିଜେପିକୁ ଭୋଟ କରୁଛନ୍ତି। ଏହାସହିତ ଟିଏମସି ସରକାର ବିରୋଧରେ ଲୋକଙ୍କ ଅସନ୍ତୋଷ ଯୋଗୁଁ ବିଜେପିକୁ ଭୋଟ ମିଳୁଛି ବୋଲି ଅଡ଼ିଓରେ ପ୍ରଶାନ୍ତ କିଶୋର କହୁଥିବା ବିଜେପି ଦାବି କରିଛି।

ତେବେ ଏହି ଅଡ଼ିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାରୁଥିବା ପ୍ରଶାନ୍ତ କିଶୋର ସ୍ଵୀକାର କରିଛନ୍ତି ବୋଲି ବିଜେପି କହିଛି।

Related posts