Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖଲ୍ଲିକୋଟ ଅଞ୍ଚଳର ହୃଦରୋଗୀ ଅଭାଗିନୀଙ୍କୁ ସହାୟ ହେଲେ ବାଣପୁରର ଦୁଇ ଯୁବକ
ଆଜିର ଖବର

ଖଲ୍ଲିକୋଟ ଅଞ୍ଚଳର ହୃଦରୋଗୀ ଅଭାଗିନୀଙ୍କୁ ସହାୟ ହେଲେ ବାଣପୁରର ଦୁଇ ଯୁବକ

April 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃର୍ଷ୍ଣଶରଣପୁର ଗ୍ରାମର ହୃଦ ରୋଗରେ ଆକ୍ରାନ୍ତ ଅଭାଗିନୀ ପରିଡ଼ାଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦୁଇଜଣ ଯୁବକ ସହାୟତାର ହାତ ବଢାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗୁରୁତର ହୃଦରୋଗି ଅଭାଗିନୀଙ୍କ ଦୁର୍ଦ୍ଦଶା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏଥିରେ ବିଚଳିତ ହୋଇ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଶିବ ଶଙ୍କର ସେନାପତି ଓ ସନ୍ତୋଷ ପ୍ରଧାନ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଶିବଶଙ୍କର ଓ ସନ୍ତୋଷ ଗତ ଗୁରବାର ଦିନ ଅଭାଗିନୀଙ୍କ ଘରେ ପହଂଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏଥିସହ ସେମାନଙ୍କ ଦ୍ବାରା ଯାହା ସମ୍ଭବ ହୋଇପାରିବ ଅଭାଗିନୀଙ୍କ ଚିକିତ୍ସା ପାଇଁ ସାହାର୍ଯ୍ୟ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତାଙ୍କର ଏହି କାର୍ଯ୍ୟ ଦ୍ବାରା ପ୍ରେରିତ ହୋଇ ବାଣପୁର ଓ ବାଲୁଗାଁ ଅଞ୍ଚଳର ବହୁ ଉତ୍ସାହି ଯୁବକ ଓ ବ୍ୟବସାୟୀ ସହାୟତାର ହାତ ବଢ଼ାଇବେ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। ଶିବଶଙ୍କର ବାଣପୁର ବଜାରରେ ଗୋଟିଏ ଆପେକ୍ସ ୱାଲ ନାମକ ଏକ ମୋବାଇଲ୍ ଦୋକାନ ଦେଇଥିବାବେଳେ ସନ୍ତୋଷ ଜଣେ ମେଧାବୀ ଛାତ୍ର ଏବଂ ଏବିଭିପିର ଜଣେ କାର୍ଯ୍ୟକର୍ତ୍ତା।

ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀକୃର୍ଷ୍ଣଶରଣପୁର ଗ୍ରାମର ଅଭାଗିନୀ ପରିଡ଼ା ଗତ ୬ବର୍ଷ ପୂର୍ବରୁ ହୃଦ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ ମଧ୍ୟ ଅର୍ଥାଭାବରୁ ନିଜର ଚିକିତ୍ସା କରାଇ ନପାରି ଘରେ ପଡ଼ିରହିଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ବିଗିଡ଼ିବାରେ ଲାଗିଛି। ଅଭାଗିନୀ ଘରର କିଛି କାମ କରିଦେଲେ ଧଇଁସଇଁ ହୋଇପଡିବା ସହ ବେଳେ ବେଳେ ରକ୍ତ ବାନ୍ତି କରୁଥିବା କୁହାଯାଉଛି।

ବାପା ରମେଶ ପରିଡ଼ା ଜଣେ ଭିନ୍ନକ୍ଷମ ହୋଇଥିବାରୁ ପରିବାର ଚଳାଇବରେ ସେ ଅସମର୍ଥ। ପିଲାଟି ଦିନରୁ ମାଆଙ୍କୁ ହରାଇଥିବା ବେଳେ ଆଉ ତିନି ଭଉଣୀଙ୍କ ବୋଝ ଅଭାଗିନୀଙ୍କ କାନ୍ଧ ଉପରେ। ମୁଣ୍ତ ଗୁଞ୍ଜିବାକୁ ନିଜର ବୋଲି ଘର ଖଣ୍ତିଏ ମଧ୍ୟ ନାହିଁ। ଗ୍ରାମର ଜଣେ ବ୍ୟକ୍ତି ରାମ ପାହାନ ଦୟାକରି ସେମାନଙ୍କୁ ରହିବା ପାଇଁ ଏକ ଘର ଦେଇଛନ୍ତି। ଏ ପରିସ୍ଥିତିରେ ସଂପୁର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି ଅଭାଗିନୀ।

ତାଙ୍କର ଚିକିତ୍ସା ପାଇଁ ସରକାର କିମ୍ବା କୌଣସି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର ସାହାଯ୍ୟ ଯୋଗାଇ ଦେବାପାଇଁ ସେ ଆକୁଳ ନିବେଦନ କରିଛନ୍ତି। ସେପଟେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ବାଣପୁରର ଦୁଇ ଯୁବକ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କପାଖରେ କୌଣସି ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀ ନପହଁଞ୍ଚିବା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ ପାଲଟିଛି।

ଯଦି କୌଣସି ସହୃଦୟ ବ୍ୟକ୍ତି ଅଭାଗିନୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ସେ ୯୯୩୭୯୪୭୪୯୮ ନମ୍ବରକୁ ଯୋଗାଯୋଗ କରି ସହଯୋଗ କରିପାରିବେ।

ଖଲ୍ଲିକୋଟ ବାଣପୁର ସହାୟତା ରାଶି ପ୍ରଦାନ ହୃଦରୋଗୀ
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026
Latest News

UGC-NET ପୁନଃପରୀକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ: ଟାର୍ଗେଟ କଲେ ରାହୁଲ ଗାନ୍ଧୀ

August 17, 2026

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.