Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁରରେ କିନ୍ନର ଭତ୍ତା ଯୋଜନାର ଶୁଭାରମ୍ଭ: ଚିହ୍ନଟ ୫୭ ଜଣ କିନ୍ନରଙ୍କୁ ମିଳିବ ଭତ୍ତା
ଆଜିର ଖବର

ଜଗତସିଂହପୁରରେ କିନ୍ନର ଭତ୍ତା ଯୋଜନାର ଶୁଭାରମ୍ଭ: ଚିହ୍ନଟ ୫୭ ଜଣ କିନ୍ନରଙ୍କୁ ମିଳିବ ଭତ୍ତା

April 12, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ସରକାରଙ୍କ ଦ୍ବାରା ପ୍ରଣିତ ସ୍ୱୀକୃତ ଯୋଜନାରେ ଜଗତସିଂହପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ୫୭ଜଣ କିନ୍ନର ମାନଙ୍କୁ ଭତ୍ତା ଯୋଜନାରେ ସାମିଲ୍ କରାଯିବାର ସମସ୍ତ ବ୍ୟବସ୍ଥା ସରିଯାଇଛି। ଆଜି ପ୍ରଥମଥର ପାଇଁ ସେମାନଙ୍କ ମଧ୍ୟରୁ ୯ଜଣ କିନ୍ନରଙ୍କୁ ଜଗତସିଂହପୁର ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶମ୍ଭୁନାଥ ରାଉତ ପରିଚୟପତ୍ର ସହ ସମସ୍ତ ହିତାଧିକାରୀମାନଙ୍କୁ ୫ଶହ ଟଙ୍କା ଲେଖାଏଁ ପ୍ରଦାନ କରି ସ୍ୱୀକୃତି ଯୋଜନାକୁ ଜଗତସିଂହପୁର ଜିଲ୍ଲାରେ ଶୁଭାରମ୍ଭ କରିଥିଲେ।

ପ୍ରକାଶ ଥାଉକି ଚଳିତ ମାସରେ ରାଜ୍ୟ କିନ୍ନର ସମାଜର ଆଗୁଆ ନେତ୍ରୀ ମୀରା ପରିଡାଙ୍କ ଦ୍ୱାରା ସ୍ଥାପିତ ସ୍ୱେଚ୍ଛାସେବୀ ସଂଗଠନ ସଖା ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତ୍ରୀ କରଣ ବିଭାଗ ଓଡିଶା ସରକାରଙ୍କ ଦିଆଯାଇଥିବା ୫ଲକ୍ଷ ୭୯ହଜାର ଟଙ୍କାରୁ ଜିଲ୍ଲାପାଳ କିନ୍ନର ଆତ୍ମନିର୍ଭରଶୀଳ ଓ ସାମାଜିକ ନ୍ୟାୟ ବାବଦକୁ ଅଗ୍ରୀମ ୨ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରି ରାଜ୍ୟରେ ଉଦାହରଣ ସୃଷ୍ଟି କରିଥିବାରୁ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଶଂସା କରିଛନ୍ତି।

ଆଗାମୀ ଦିନରେ ଏହି ଜିଲ୍ଲାରେ କିନ୍ନର ମାନଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ କରି ସେମାନଙ୍କର ସମସ୍ତ ଦାବି ଓ ସୁବିଧା ସୁଯୋଗ ଭତ୍ତା ,ଆବାସ ଯୋଜନା ଗୃହ, ଚାକିରୀ, ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣ କରି ଆତ୍ମନିର୍ଭରଶୀଳ କରାଇବାକୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଶୃତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଦାସ, ପାରାଦ୍ଵୀପ ମ୍ୟୁନିସିପାଲିଟିର ସିଓ, ପିଏ, ଡିପିଏ, ଜେସି, ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ହିତାଧିକାରୀ ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ।

କିନ୍ନର ଜଗତସିଂହପୁର ଶୁଭାରମ୍ଭ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026
Latest News

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.