Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି-କନ୍ଧମାଳ ସୀମାରେ ମାଓବାଦୀ-ପୋଲିସ ମୁହାଁ ମୁହିଁ, ଜଣେ କ୍ୟାଡର ମହିଳା ମାଓବାଦୀ ନିହତ
ଆଜିର ଖବର

କଳାହାଣ୍ଡି-କନ୍ଧମାଳ ସୀମାରେ ମାଓବାଦୀ-ପୋଲିସ ମୁହାଁ ମୁହିଁ, ଜଣେ କ୍ୟାଡର ମହିଳା ମାଓବାଦୀ ନିହତ

April 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଦୁଇ ଦିନ ତଳେ ମାଓବାଦୀ ଗତିବିଧି ନେଇ ପୋଲିସ ଡିଜି କଳାହାଣ୍ଡି ଗସ୍ତ କରି ଏକ ସମୀକ୍ଷା ବୈଠକ ସାରିଥିବା ବେଳେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଟେଲେମା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ସମ୍ପର୍କରେ କୌଣସି ସୂତ୍ରରୁ ପୋଲିସ ବିଭାଗକୁ ସୂଚନା ମିଳିଥିଲା। ଏନେଇ
ଏସ.ଓ.ଜି. ର ଚାରି ୟୁନିଟ ଗତ ୨୨ ତାରିଖରୁ ଏହି ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। କମ୍ବିଂ ସମୟରେ ପୋଲିସ ବିଭାଗ ଦ୍ବାରା ମାଓବାଦୀଙ୍କୁ ଠାବ କରାଯିବା ପରେ, ଆତ୍ମ ସମର୍ପଣ କରିବା ନିମନ୍ତେ ଅନୁରୋଧ କରାଯାଇଥିଲେ ସତ୍ତ୍ୱେ ମାଓବାଦୀଙ୍କ ପକ୍ଷରୁ ଏସ.ଓ.ଜି. ଉପରକୁ ପ୍ରଚୁର ମାତ୍ରାରେ ଗୁଳି ଚାଳନା କରାଯାଇଥିଲା, ଏହି ଗୁଳି ବିନିମୟରେ ଜନୈକା ମହିଳା କ୍ୟାଡର ମାଓବାଦୀ ନିହତ ହୋଇଥିଲେ। ଯାହାଙ୍କ କ୍ୟାଡ଼ର ମହିଳାଙ୍କ ପରିଚୟ ମାନା ମାଝୀ ଓରଫ ନମିତା ବୋଲି ଜଣା ପଡ଼ିଛି। ସେ କେ.କେ.ବି.ଏନ. ସଙ୍ଗଠନର ଏରିଆ କମିଟି ସଦସ୍ୟ ଭାବେ ସକ୍ରିୟ ଭୂମିକା ସମ୍ପାଦନା କରୁଥିଲେ।

କମ୍ବିଂ ସମୟରେ ମାଓବାଦୀ ଛତ୍ରଭଙ୍ଗ ଦେଇ, ଘଞ୍ଚ ଜଙ୍ଗଲ ମଧ୍ୟକୁ ପଳାୟନ କରିଥିଲେ। ତେବେ ଏହି କମ୍ବିଂ ଅପରେସନରେ କିଛି ମାଓବାଦୀ ଗଭୀର ଆଘାତ ପାଇଥିବା ପୋଲିସ କତ୍ତୃପକ୍ଷ ସୂଚନା ସୂଚନା ଦେଇଛନ୍ତି। କମ୍ବିଂ ଅପରେସନ ରେ ଏସ.ଓ.ଜି. ବାହିନୀ ୧୪ ଗୋଟି ଜିବନ୍ତ ଗୁଳି, ୨ଟି ଗୁଳିର ଖୋକା, ୨ଟି ଟିଫିନ ବୋମା, ବ୍ୟାଟେରୀ, କିଛି ରୋଷେଇ ପାଇଁ ବ୍ୟବହୃତ ବାସନ କୁସନ, ୪ ଟି ପାଣି ଜାର, ଛତା, କିଛିଔଷଧ, ସୋଲାର ପ୍ଲେଟ, ମାଓବାଦୀ ପତ୍ରିକା, ମାଓବାଦୀ ପୋଷାକ ଓ ଚାରି ହଳ ଚପଲ ଜବତ କରିଛନ୍ତି।

ଆଜି ଭବାନୀପାଟଣା ରିଜର୍ଭ ବାଟାଲିୟନ, ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ-ପଶ୍ଚିମ ଆଞ୍ଚଳିକ ଡି.ଆଇ.ଜି. ରାଜେଶ ପଣ୍ଡିତ ଓ କଳାହାଣ୍ଡି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ ଡାକ୍ତର ଶର୍ବଣା ବିବେକ ଏମ, କେସିଙ୍ଗା ଉପଖଣ୍ଡ ପୋଲିସ ଅଧିକାରୀ ଏସ. ସୁଶ୍ରୀ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସୂଚନା ଦେଇଛନ୍ତି।

ମହିଳା ମାଓବାଦୀ ମାଓବାଦୀ-ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026
Latest News

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.