Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ଉତ୍ତେଜନା: ଟୀକାକାରଣ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ଶହ ଶହ ନାଗରିକ
ଆଜିର ଖବର

ବାଣପୁରରେ ଉତ୍ତେଜନା: ଟୀକାକାରଣ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ଶହ ଶହ ନାଗରିକ

May 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଉଚ୍ଚ ପ୍ରାଥମିକ(ମଧ୍ୟ ଇଂରାଜୀ) ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଛି।ଟୀକାକାରଣକୁ ନେଇ ଶତାଧିକ ନାଗରିକ ଧାରଣାରେ ବସିଛନ୍ତି।

ଗତକଲିଠାରୁ ଆରମ୍ଭ ହୋଇଥିବା ଉକ୍ତ କେନ୍ଦ୍ରରେ ପୋଲିସ ପ୍ରଶାସନ ସହଯୋଗରେ ଟୀକାକାରଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବାବେଳେ ଆଜି ପୁଣି ଦେଖାଯାଇଛି ବିଶୃଙ୍ଖଳା। ରାତି ୨ ଟା ରୁ ଶହ ଶହ ନାଗରିକ ମାନେ ଟୀକା ନେବା ପାଇଁ ଉକ୍ତ କେନ୍ଦ୍ର ସମ୍ମୁଖରେ ଅପେକ୍ଷା କରିଥିବାବେଳେ ସକାଳ ୫ ଟାରେ ଟୀକା ନାହିଁ ବୋଲି ସେମାନଙ୍କୁ ସୂଚନା ମିଳିଛି। ଫଳରେ ଲୋକମାନେ ଏଥିରେ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ଧାରଣାରେ ବସିଛନ୍ତି।

ଲୋକଙ୍କ ଅଭିଯୋଗ ହେଲାକି ଟୀକା ଯଦି ନାହିଁ ତାହାଲେ କେନ୍ଦ୍ର ସମ୍ମୁଖରେ ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ଫଳକ କାହିଁକି ମରାଯାଇନାହିଁ। ପ୍ରଚାର ପ୍ରସାର କଣ ପାଇଁ କରାଯାଇନାହିଁ। କଣ ପାଇଁ ଶହ ଶହ ଲୋକ ରାତି ୨ ରୁ ଅପେକ୍ଷା କରିକି ଫେରିକି ଯିବେ।

ବହୁ ସମୟ ଧରି ଧାରଣରେ ଜନସାଧାରଣମାନେ ବସିବା ପରେ ବାଣପୁର ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଯାହାଫଳରେ ଧାରଣା ପ୍ରତ୍ୟାହୁତ ହୋଇଥିଲା। ଅନ୍ୟପକ୍ଷେ ମେଡିକାଲ ପ୍ରଶାସନ ପକ୍ଷରୁ ଟୀକା ନାହିଁ ବୋଲି ସୂଚନା ଫଳକ ଫାଟକରେ ମରାଯିବା ପରେ ଲୋକମାନେ ନିରାଶ ହୋଇ ଘରକୁ ଫେରିଯାଇଥିଲେ।

ତେବେ ଗତକାଲି ଟୀକାକାରଣ ବ୍ୟବସ୍ଥାର ସୁଚାରୁରୂପେ ପରିଚାଳନାକୁ ନେଇ ସ୍ଥାନୀୟ ପ୍ରଶାସନ ବାଃ ବାଃ ନେଇଥିବା ବେଳେ ଆଜି ଟୀକା ଅଭାବର ସୂଚନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପାରିବାନଥିବାରୁ ମେଡିକାଲ ପ୍ରଶାସନକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ଟୀକା ଅଭାବ ଟୀକାକାରଣ ଧାରଣା ବାଣପୁର ରାସ୍ତା ଅବରୋଧ
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିପି-ଆଇଜିପି ସମ୍ମିଳନୀ: ଭବିଷ୍ୟତର ‘ସ୍ମାର୍ଟ ପୋଲିସିଂ’ ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

August 29, 2026

ଚିଲିକା ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ: ଆଇନ ମନ୍ତ୍ରୀଙ୍କ ଫୋକସରେ କୃଷି ଓ ଉଦ୍ୟାନ କୃଷି

August 29, 2026

200 କିମି ରେଞ୍ଜର ସ୍କୁଟର ଲଞ୍ଚ କଲା Ather: ଜାଣନ୍ତୁ ମୂଲ୍ୟ କେତେ?

August 29, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା!: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସର କାର୍ଯ୍ୟାନୁଷ୍ଠାନ

August 29, 2026
Latest News

ଡିଜିପି-ଆଇଜିପି ସମ୍ମିଳନୀ: ଭବିଷ୍ୟତର ‘ସ୍ମାର୍ଟ ପୋଲିସିଂ’ ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

August 29, 2026

ଚିଲିକା ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ: ଆଇନ ମନ୍ତ୍ରୀଙ୍କ ଫୋକସରେ କୃଷି ଓ ଉଦ୍ୟାନ କୃଷି

August 29, 2026

200 କିମି ରେଞ୍ଜର ସ୍କୁଟର ଲଞ୍ଚ କଲା Ather: ଜାଣନ୍ତୁ ମୂଲ୍ୟ କେତେ?

August 29, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା!: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସର କାର୍ଯ୍ୟାନୁଷ୍ଠାନ

August 29, 2026

ଅଗଷ୍ଟ ୩୧ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.