ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮ ହଜାର ୬୬୫ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୧୪୬

Published: May 13, 2021, 7:29 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୬୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୪୬, ସୁନ୍ଦରଗଡରୁ ୬୨୮, ଅନୁଗୁଳରୁ ୫୨୮, ଝାରସୁଗୁଡାରୁ ୪୫୮, କଟକରୁ ୪୪୪, ପୁରୀରୁ ୪୩୪, ନୂଆପଡାରୁ ୪୦୪, ସମ୍ବଲପୁରରୁ ୩୮୧, ବରଗଡରୁ ୩୬୩, ବଲାଙ୍ଗୀରିରୁ ୩୨୪, ନବରଙ୍ଗପୁରରୁ ୩୧୮, ବାଲେଶ୍ବରରୁ ୩୦୧, ଗଞ୍ଜାମରୁ ୨୯୦, ଯାଜପୁରରୁ ୨୭୪, ମୟୂରଭଞ୍ଜରୁ ୨୪୩, କଳାହାଣ୍ଡିରୁ ୨୩୫, ନୟାଗଡରୁ ୨୦୬, ବୌଦ୍ଧରୁ ୧୯୯, ଜଗତସିଂହପୁରରୁ ୧୭୨, କେନ୍ଦୁଝରରୁ ୧୬୭, ସୋନପୁରରୁ ୧୪୦, ରାୟଗଡ଼ାରୁ ୧୩୨, କେନ୍ଦ୍ରାପଡାରୁ ୧୨୦, କୋରାପୁଟରୁ ୧୧୯, ଗଜପତିରୁ ୧୦୯, ମାଲକାନାଗିରିରୁ ୭୨, ଦେବଗଡରୁ ୬୭, ଭଦ୍ରକରୁ ୬୩, ଢେଙ୍କାନାଳାରୁ ୪୭, କନ୍ଧମାଳରୁ ୪୩ ଏବଂ ଷ୍ଟେଟ ପୁଲରୁ ୨୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୮୨ ହଜାର ୩୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୧ ହଜାର ୬୪୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୫୧ କୁ ବୃଦ୍ଧି ହୋଇଛି।

Related posts