Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ଅମାନିଆଙ୍କୁ ଆଉ ନିସ୍ତାର ନାହିଁ: ବିନା କାରଣରେ ବୁଲିଲେ ଜବତ ହେବ ଗାଡି
ଆଜିର ଖବର

ବାଣପୁରରେ ଅମାନିଆଙ୍କୁ ଆଉ ନିସ୍ତାର ନାହିଁ: ବିନା କାରଣରେ ବୁଲିଲେ ଜବତ ହେବ ଗାଡି

May 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ଓଡ଼ିଶାରେ କରୋନା ତାର କାୟାବିସ୍ତାର ଜାରି ରଖିଥିବାବେଳେ ଖୋର୍ଦ୍ଧାରେ ଏହା ଡେଣା ମେଳାଇବାରେ ଲାଗିଛି। ଆଜି ଖୋର୍ଦ୍ଧାରୁ ରେକର୍ଡ଼ ୨ ହଜାର ୨୦୧ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହି ହିସାବରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ମଧ୍ୟ କୋଭିଡ ପଜିଟିଭ ହାର ବଢ଼ିବାରେ ଲାଗିଛି।

ତେବେ କେତକ ଅମାନିଆଙ୍କ ଲାଗି ବାଣପୁର ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦିନତମାମ ଏନ୍ଫୋର୍ସମେଣ୍ଟ ଜାରି ରଖିଥିବା ସତ୍ତ୍ୱେ ଅମାନିଆ ମାନେ ଗାଡିମୋଟର ଦ୍ୱାରା ଗଳା ବାଟ ଦେଇ ବଜାରକୁ ଅବାଧରେ ୟାତାୟାତ କରୁଛନ୍ତି। ଯାହାଫଳରେ ରାଜ୍ୟ ସରକାରଙ୍କ ସଂକ୍ରମଣକୁ ରୋକିବା ପ୍ରୟାସରେ ସେମାନେ ବାଧା ସୃଷ୍ଟି କରୁଛନ୍ତି।

ଏହାକୁ ଗୁରୁତର ସହ ନେଇ ଆଜି ପୂର୍ବାହ୍ନରେ ବାଣପୁରରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଉଦବେଗ ପ୍ରକାଶ କରିଛି। ଏଭଳି ଅମାନିଆଙ୍କ ଉପରେ ନଜର ରଖିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ତହସିଲଦାର ମନ୍ମଥ ବେହରା ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ସହରର ବ୍ୟସ୍ତବହୁଳ ଅଞ୍ଚଳ ପଲଟନ ପଡିଆରେ ହୋଇଥିଲା କଡ଼ା କୋଭିଡ଼ ଏନ୍ଫୋର୍ସମେଣ୍ଟ।

ଖୋଦ ଏସଡ଼ିପିଓ ବଜାରରେ ବୁଲୁଥୁବା ଲୋକଙ୍କ ପରିଚୟ ପତ୍ର ଦେଖିବା ସହ ବିନା କାରଣରେ ବୁଲୁଥିବା ଅମାନିଆଙ୍କ ଗାଡି ଜବତ କରିଥିଲେ। ତତସହିତ ମାସ୍କ, ସାମାଜିକ ଦୂରତ୍ୱ ଏବଂ ହେଲମେଟ ଚେକିଂ ମଧ୍ୟ ଜୋରଦାର ହୋଇଥିଲା। ତେବେ ଦୀର୍ଘ ଦୁଇ ଘଣ୍ଟା ଧରି ଉକ୍ତ ଏନ୍ଫୋର୍ସମେଣ୍ଟ ଜାରିରହିଥିବାବେଳେ ଆଜି ସର୍ବମୋଟ ୧୦ ଗୋଟି ଗାଡି ବାଣପୁର ପୋଲିସ ଦ୍ୱାରା ଜବତ ହେବା ସହ ପୋଲିସ, ତହସିଲ ଏବଂ ଏନଏସି ପ୍ରଶାସନଦ୍ୱାରା ୨୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା। ବାଣପୁର ଅତିରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ, ଆଇଆଇସି ସଞ୍ଜୟ ପଟ୍ଟନାୟକ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ମଧ୍ୟ ଉକ୍ତ ଏନ୍ଫୋରଫସମେଣ୍ଟ ରେ ସାମିଲ ଥିଲେ।

ତେବେ ବିନା କାରଣରେ ଯେଉଁ ମାନେ ଗାଡି ଧରି ବଜାରକୁ ଆସିବେ ସେମାନଙ୍କ ଗାଡି ଆସନ୍ତାକାଲି ଠାରୁ ଜବତ କରାଯିବ ବୋଲି ବାଣପୁର ଆଇଆଇସି ସୂଚନା ଦେଇଛନ୍ତି। ତତସହିତ ଲକଡ଼ାଉନ ସମୟରେ ସରକାରଙ୍କ ଅନୁମତି ଥିବା ଦୋକାନୀମାନେ କେବଳ ନିଜ ଦୋକାନ ଖୋଲିବେ ଏବଂ ଯଦି କେହି ନିୟମକୁ ନମାନି ଦୋକାନ ଖୋଲିବେ ତେବେ ସେମାନଙ୍କ ଦୋକାନ ସିଲ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପୋଲିସ ଏବଂ ପ୍ରଶାସନର ଆଜିର ମିଳିତ କାର୍ଯ୍ୟାନୁଷ୍ଠାନରେ ଅମାନିଆ ମାନେ ଛାନିଆ ହୋଇଥିବାବେଳେ ବୁଦ୍ଧିଜୀବୀ ମାନେ ଉକ୍ତ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି।

ଏନ୍‌ଫୋର୍ସମେଣ୍ଟ ଏସଡିପିଓ କରୋନା କୋଭିଡ଼ ପଜିଟିଭ ତହସିଲଦାର ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026
Latest News

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ବ୍ୟାନ୍ କରିବା ପାଇଁ ପରିଣାମ ଭୋଗିବ ଫେସବୁକ୍!: ସମନ୍ କଲେ ସରକାର

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.