ଜୁଲାଇ ବେଳକୁ ଭାରତରେ ଉପଲବ୍ଧ ହେବ ଫାଇଜର ଟୀକା!: ଡା. ଭିକେ ପଲ

Published: May 27, 2021, 7:13 pm IST

ନୂଆଦିଲ୍ଲୀ: ଜୁଲାଇ ମାସ ସୁଦ୍ଧା ଭାରତରେ ଫାଇଜର ଟୀକା ଉପଲବ୍ଧ ହୋଇପାରେ ବୋଲି ଡା. ଭିକେ ପଲ କହିଛନ୍ତି। ସେଥିପାଇଁ ଫାଇଜର ଟୀକା ଉତ୍ପାଦକଙ୍କ ସହ ଆଲୋଚନା ଜାରି ରହିଛି। ଆଲୋଚନା ପରେ ଭାରତକୁ ଟୀକା ଦେବା ପାଇଁ ଫାଇଜର ଲାଇସେନ୍ସ ଆବେଦନ କରିବ। ଆବେଦନ ପରେ ବିଚାର କରାଯାଇ ମଞ୍ଜୁରୀ ବ୍ୟବସ୍ଥା କରାଯିବ ବୋଲି ଡା. ପଲ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏହି ଟୀକା ଉତ୍ପାଦକ କମ୍ପାନୀ ଫାଷ୍ଟ ଟ୍ରାକ ମଞ୍ଜୁରୀ ପାଇଁ କେନ୍ଦ୍ର ସାରକାରକୁ ଅନୁରୋଧ କରିଛି। ଏହି ଟୀକା ୧୨ ବର୍ଷର ଊର୍ଦ୍ଧ୍ଵ ବର୍ଗର ବୟସ୍କଙ୍କୁ ଦିଆଯାଇପାରିବ ବୋଲି ଫାଇଜର ଦାବି କରିଛି। ଏହାସହ ୮ ଡିଗ୍ରୀ ତାପମାତ୍ରା ମଧ୍ୟରେ ଏହାକୁ ସୁରକ୍ଷିତ ଭାବେ ଏକ ମାସ ପର୍ଯ୍ୟନ୍ତ ରଖାଯାଇପାରିବ ବୋଲି କମ୍ପାନୀ ଦାବି କରିଛି।

Related posts