Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୨୦ ବର୍ଷିୀୟ ଯୁବକ, ଦୀର୍ଘ ଦିନ ଧରି ଥିଲେ ଭେଂଟିଲେଟରରେ
ଆଜିର ଖବର

ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୨୦ ବର୍ଷିୀୟ ଯୁବକ, ଦୀର୍ଘ ଦିନ ଧରି ଥିଲେ ଭେଂଟିଲେଟରରେ

June 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କରୋନା ମହାମାରୀ ଘାତକ ସତ ତେବେ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ। ଏହି କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ ବର୍ଷର ଯୁବକ। ସମ୍ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ପ୍ରତୀକ୍ଷ କାଦାମ୍ବାଲୁ। ଦୀର୍ଘ ଏକ ମାସ ଧରି ଏହି ଅଦୃଶ୍ୟ ଶତୃ ସହିତ ଯୁଦ୍ଧ କରିବା ପରେ ଶେଷରେ କୋଭିଡକୁ ପରାଜୟ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରତୀକ୍ଷ।

ରାୟଗଡ଼ାସ୍ଥ ମୁନିଗୁଡା ଅଂଚଳର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ପ୍ରତୀକ୍ଷ କରୋନା ସଂକ୍ରମିତ ହୋଇ ଗତ ଏପ୍ରିଲ୍ ୩୦ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତି ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ବିଗିଡିବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା। ଏହା ସହ ତାଙ୍କର ଶରୀରରେ ଟ୍ରାକିଓଷ୍ଟୁମି ମଧ୍ୟ କରାଯାଇଥିଲା।

ତେବେ ସମ୍‌ର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ ତାଙ୍କୁ ସୁସ୍ଥ କରିବା ପାଇଁ। ସେମାନଙ୍କର ପରିଶ୍ରମ ସାର୍ଥକ ବି ହୋଇଥିଲା। ଧିରେ ଧିରେ ସୁସ୍ଥ ହୋଇଥିଲେ ପ୍ରତୀକ୍ଷ। ଭେଂଟିଲେଟରରୁ ବାହାରିବା ସହ କିଛି ଦିନ ମଧ୍ୟରେ ଆଇସିୟୁରୁ ମଧ୍ୟ ତାଙ୍କୁ ବାହାରକୁ ନିଆଯାଇ ୱାର୍ଡରେ ଚିକିତ୍ସା କରାଯାଇଥିଲା। ଧିରେ ଧିରେ ସୁସ୍ଥ ହେବା ସହ କୋଭିଡମୁକ୍ତ ହୋଇଥିଲେ ପ୍ରତୀକ୍ଷ।

ଏହି ସମୟରେ ତାଙ୍କ ପରିବାର ସହ ନିୟମିତ ଯୋଗାଯୋଗରେ ଥିଲେ ସମ୍ କୋଭିଡ୍ ହସ୍ପିଟାଲର ହେଲ୍ପଡେସ୍କ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଖବର ଦେବା ସହ ଭିଡିଓ କଲ କରି ପ୍ରତୀକ୍ଷ କିଭଳି ଅଛନ୍ତି ସେ ଦୃଶ୍ୟ ମଧ୍ୟ ପରିବାରକୁ ଦେଖାଉଥିଲେ। ଦୀର୍ଘ ଏକ ମାସର ଉତମ ଚିକିତ୍ସା ଫଳରେ ସେ ଏବେ ସୁସ୍ଥ ହୋଇ ନିଜ ଘର ମୁନିଗୁଡା ଫେରିଯାଇଛନ୍ତି।

ସମ୍ କୋଭିଡ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ପଦ୍ଧତିକୁ ନେଇ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ତାଙ୍କ ପରିବାରବର୍ଗ। ସେମାନଙ୍କର ସେବା, ଚିକିତ୍ସା ଓ ସହଯୋଗ ଫଳରେ ପ୍ରତୀକ୍ଷ ନୂଆ ଜୀବନ ଫେରିପାଇଥିବା କହିଛନ୍ତି ତାଙ୍କ ସମ୍ପର୍କୀୟ ଭାଇ ସୁଧୀର ସାହୁ। ପ୍ରତୀକ୍ଷ ମଧ୍ୟ ଘରକୁ ଫେରିବା ପରେ ବେଶ ଖୁସି ଅଛନ୍ତି।

ଭେଂଟିଲେଟର ସମ୍ କୋଭିଡ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ହ୍ରାସ: ଯାଞ୍ଚ କରନ୍ତୁ ଆଜିର ଦର

September 29, 2026

ଭଣଜା ଆଖି ଆଗରେ ମାମୁଙ୍କୁ ଗୁଳି, ସାମାନ୍ୟ ବଚସାରୁ କଣ୍ଟାମାଳରେ ଘଟିଲା ସାଂଘାତିକ ଘଟଣା

September 29, 2026

CEC ଜ୍ଞାନେଶ କୁମାର ଓ SIR କୁ ନେଇ ଦେଶରେ ଉତ୍ତାପ: ବିରୋଧୀଙ୍କ ଆକ୍ରମଣ ଭିତରେ ବିଜେପି-ଜେଡିୟୁର ପଲଟା ଜବାବ

September 29, 2026

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026
Latest News

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ହ୍ରାସ: ଯାଞ୍ଚ କରନ୍ତୁ ଆଜିର ଦର

September 29, 2026

ଭଣଜା ଆଖି ଆଗରେ ମାମୁଙ୍କୁ ଗୁଳି, ସାମାନ୍ୟ ବଚସାରୁ କଣ୍ଟାମାଳରେ ଘଟିଲା ସାଂଘାତିକ ଘଟଣା

September 29, 2026

ପ୍ରତ୍ୟେକ UPI ପେମେଣ୍ଟରୁ ସରକାର କେତେ ରୋଜଗାର କରନ୍ତି? ଜାଣନ୍ତୁ MDR ଓ ଏହାର ସମ୍ପୂର୍ଣ୍ଣ ଆର୍ଥିକ ହିସାବ

September 29, 2026

CEC ଜ୍ଞାନେଶ କୁମାର ଓ SIR କୁ ନେଇ ଦେଶରେ ଉତ୍ତାପ: ବିରୋଧୀଙ୍କ ଆକ୍ରମଣ ଭିତରେ ବିଜେପି-ଜେଡିୟୁର ପଲଟା ଜବାବ

September 29, 2026

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.