ଅଯୋଧ୍ୟା ରାମ ମନ୍ଦିର ଜମିକୁ କାହିଁକି ୧୮ କୋଟିରେ କିଣିଲା ଟ୍ରଷ୍ଟ?: କେନ୍ଦ୍ର ସରକାର ଏବଂ ସଂଘକୁ ପଠାଗଲା ରିପୋର୍ଟ

Published: Jun 15, 2021, 2:21 pm IST

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର ଜମି କିଣାକୁ ନେଇ ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଉପରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ବିବାଦ ଘଟଣାରେ କେନ୍ଦ୍ର ସରକାରକୁ ଆଜି ଟ୍ରଷ୍ଟ ଏକ ରିପୋର୍ଟ ପଠାଇଛି। ବିରୋଧୀ ଦଳଙ୍କ ଦ୍ଵାରା ଏହା ଏକ ଷଡଯନ୍ତ୍ର ବୋଲି ଉକ୍ତ ରିପୋର୍ଟରେ ଟ୍ରଷ୍ଟ ଦର୍ଶାଇଛି। ଟ୍ରଷ୍ଟ ପକ୍ଷରୁ କେନ୍ଦ୍ର ସରକାର ବ୍ୟତୀତ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଓ ଭାରତୀୟ ଜନତା ପାର୍ଟିକୁ ମଧ୍ୟ ରିପୋର୍ଟ ପଠାଯାଇଛି। ଯେଉଁଥିରେ ଜମି କିଣା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି। ଏବଂ କିପରି ଭିନ୍ନ ଭିନ୍ନ ଜମିର ମୂଲ୍ୟ ରହିଛି ତାହା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ରାମ ଜନ୍ମ ଭୂମୀ ନିର୍ମାଣ ପାଇଁ ଟ୍ରଷ୍ଟ ୨ କୋଟିର ଜମିକୁ ୧୮.୫ କୋଟି ଟଙ୍କାରେ କିଣିଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ। ଆମ ଆଦ୍ମି ପାର୍ଟିର ସାଂସଦ ସଞ୍ଜୟ ସିଂହ ଏବଂ ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ପବନ ପାଣ୍ଡେ ରାମ ଜନ୍ମଭୂମୀ ଟ୍ରଷ୍ଟ ଉପରେ ଅଭିଯୋଗ ଆଣିଥିଲେ।

Related posts