Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ପ୍ରଶାସନର ଅବହେଳା ଯୋଗୁଁ କ୍ଷୁର୍ଣ୍ଣ ହେଉଛି ଐତିହାସିକ ପଲଟଣ ପଡିଆର ଅସ୍ଥିତ୍ଵ: ବିରୋଧ କଲା ସାମ୍ବାଦିକ ସଂଘ
ଆଜିର ଖବର

ବାଣପୁର ପ୍ରଶାସନର ଅବହେଳା ଯୋଗୁଁ କ୍ଷୁର୍ଣ୍ଣ ହେଉଛି ଐତିହାସିକ ପଲଟଣ ପଡିଆର ଅସ୍ଥିତ୍ଵ: ବିରୋଧ କଲା ସାମ୍ବାଦିକ ସଂଘ

June 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ପଲଟନ ପଡିଆରେ ବେଆଇନ ଭାବେ ଜନୈକ ଠିକାଦାର ଏକାଧିକ ଟ୍ରିପ ବାଲି, ଗୋଡି ଗଦାଇବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉକ୍ତ ପଡିଆ ପାଇକ ବିଦ୍ରୋହର ମୁକସାକି ହୋଇଥିବାବେଳେ ଏହା ସହ ବାଣପୁରବାସୀଙ୍କ ଭାବନା ଯୋଡି ହେଇଛି। ତେବେ ପୂର୍ବରୁ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ ଉକ୍ତ ସ୍ଥାନରୁ ଏଯାବତ ସମସ୍ତ ସାମଗ୍ରୀ ପୂର୍ବପରି ପଡି ରହିଛି।  ଏହାକୁ ଗମ୍ଭୀରତାର ସହ ନେଇ ଆଜି ଅପରାହ୍ନରେ ଶାଳିଆ ପ୍ରେସ କ୍ଲବର ସଭାପତି ଅଜିତ କୁମାର ସାହୁ ଏବଂ ଉପସଭାପତି ଅନିଲ ପାଇକରାୟଙ୍କ ନେତୃତ୍ୱରେ ଏକ ଟିମ ପଲଟନ ପଡିଆ ପରିଦର୍ଶନ କରିଥିଲେ।

ତେବେ ଆଶ୍ଚର୍ଯ୍ୟର କଥା ଘନ ଘନ ଖବର ପ୍ରସାରଣ ପରେ ମଧ୍ୟ ଉକ୍ତ ସ୍ଥାନରୁ ସମସ୍ତ ସାମଗ୍ରୀ ଖାଲି କରିବା ପରିବର୍ତ୍ତେ ନୂତନ ନିର୍ମାଣକାରୀ ସାମଗ୍ରୀମାନ ଆସି ଜମା ହେଉଥିବାର ଏହି ଟିମ ଦେଖିବାକୁ ପାଇଥିଲା। ତେଣୁ ଏଥିରେ କ୍ଷୁବ୍ଧ ହୋଇ ସଙ୍ଗେସଙ୍ଗେ ଶାଳିଆ ପ୍ରେସ କ୍ଲବର ସଦସ୍ୟମାନେ ବାଣପୁର ତହସିଲଦାର ମନ୍ମଥ ବେହରାଙ୍କ ନିକଟକୁ ଯାଇ ଘଟଣାର ଉଦ୍ଦେଶ୍ୟ ବିଷୟରେ ପଚାରି ବୁଝିଥିଲେ।

ତହସିଲଦାରଙ୍କ କହିବା ମୁତାବକ ସେ ଉକ୍ତ ଘଟଣାର ଏକ ରିପୋର୍ଟ ଯଥାଶୀଘ୍ର ଦେବାପାଇଁ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସାମ୍ବାଦିକମାନେ ଜନୈକ ଠିକାଦାର ଙ୍କୁ ଘଟଣାସ୍ଥଳକୁ ଡକାଇ ସମସ୍ତ ତଥ୍ୟ ଜଣେଇବା ପାଇଁ ତହସିଲଦାରଙ୍କୁ ଦାବି କରିଥିଲେ।  ଏହାପରେ ତହସିଲଦାର ସମ୍ପୃକ୍ତ କମ୍ପାନୀରେ କାମ କରୁଥିବା ସୁପରଭାଇଜରଙ୍କୁ ତହସିଲ କାର୍ଯ୍ୟାଳୟକୁ ଡକାଇ ଘଟଣାର କାରଣ ପଚାରିବା ସହ ଯଥା ଶୀଘ୍ର ଉକ୍ତ ପଡିଆରୁ ସମସ୍ତ ସାମଗ୍ରୀ ଖାଲି କରିବାପାଇଁ ନିର୍ଦ୍ଦେଶ ଦେଇଥଲେ।

ତେବେ ଜନୈକ ସୁପରଭାଇଜର ନିର୍ମାଣ ସାମଗ୍ରୀ ଗଦେଇବାର କୌଣସି ସନ୍ତୁଷ୍ଟମୂଳକ ଉତ୍ତର ଦେଇପାରିନଥିବା ବେଳେ ଆସନ୍ତା ୨୩ ତାରିଖ ସୁଦ୍ଧା ପଡିଆରୁ ସମସ୍ତ ସାମଗ୍ରୀ ଖାଲି କରିଦେବେ ବୋଲି ପ୍ରତିଶୃତି ଦେଇଥିବା ନେଇ ବାଣପୁର ତହସିଲଦାର ସୂଚନା ଦେଇଛନ୍ତି। ଯଦି ଉକ୍ତ ପ୍ରତିଶୃତି ଜନୈକ ସୁପରଭାଇଜର ରକ୍ଷା ନକରିପାରିବେ ତେବେ ତହସିଲଦାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ପାଇକ ବିଦ୍ରୋହ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.