Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ଜଳବନ୍ଦୀ ସମସ୍ୟା ନେଲାଣି ଉଗ୍ରରୁପ: ପ୍ରଶାସନର ଭାଙ୍ଗୁନି ନିଦ
ଆଜିର ଖବର

ବାଣପୁରରେ ଜଳବନ୍ଦୀ ସମସ୍ୟା ନେଲାଣି ଉଗ୍ରରୁପ: ପ୍ରଶାସନର ଭାଙ୍ଗୁନି ନିଦ

June 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି ଦିନକୁ ଦିନ ଉନ୍ନତି କରିବା ବଦଳରେ ଉପାନ୍ତ ଅଞ୍ଚଳରେ ପରିବର୍ତ୍ତନ ହେବାକୁ ବସିଲାଣି। କେବଳ ନାମକୁ ମାତ୍ର ଏନଏସି ମାନ୍ୟତା। ସହରରେ ଅସରାଏ ବର୍ଷା ହେଲେ ଏହା କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି।

ତେବେ ସବୁଠାରୁ ଲଜ୍ୟାଜନକ ବିଷୟ ହେଲା ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ସ୍ଥାନୀୟ ଅବା ଜିଲ୍ଲା ପ୍ରଶାସନ କାହାର ବି ନିଦ ଭାଙ୍ଗୁନାହିଁ। ସହରର ମୁଖ୍ୟ ରାସ୍ତା ଅନ୍ତର୍ଗତ ବିଧାରପୁର ଛକରେ ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାରେ ମିନ ଖେଳୁଥିବାର ଦେଖାଯାଉଛି। ଉକ୍ତ ଛକର ଅନତିଦୂରରେ ବାଣପୁର ତହସିଲ, କୋର୍ଟ, ବ୍ଲକ କାର୍ଯ୍ୟାଳୟ ଏବଂ ସହର ତଥା ସମଗ୍ର ଜିଲ୍ଲାର ଗର୍ବ ଓ ଗୌରବ ଐତିହାସିକ ପଲଟନ ପଡ଼ିଆ ଅବସ୍ଥିତ।

ହେଲେ ବିଡମ୍ବନାର ବିଷୟ ଫୁଟେ ଫୁଟେ ପାଣି ଜମିବା ଯୋଗୁଁ ଜନସାଧାରଣ ମାନେ ନିଜ ଜୀବନକୁ ବିପଦରେ ପକାଇ ଉକ୍ତ ଛକ ଦେଇ ଯାତାୟାତ କରୁଛନ୍ତି। କାରଣ ଦୀର୍ଘଦିନ ହେବ ପାଣି ଜମିରହିବା ଯୋଗୁଁ ରାସ୍ତାରେ ଗତ୍ର ହୋଇଗଲାଣି ଯାହାଦ୍ୱାରା ଜନସାଧାରଣ ଦ୍ବନ୍ଦରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ସବୁଠାରୁ ଅପମାନର ବିଷୟ ଏହାକି ଗତ ଦୁଇଦିନ ହେଲା ସ୍ଥାନୀୟ ପ୍ରଶାସନ ଦ୍ୱାରା ପଲଟନ ପଡ଼ିଆସ୍ଥିତ କୃତିବାସ ଭବନରେ ୧୮-୪୪ ବର୍ଷ ଯୁବପିଢ଼ିଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା କରାଯାଇଛି କିନ୍ତୁ ବିଧାରପୁର ଛକ ଦେଇ ଉକ୍ତ ଟୀକାକେନ୍ଦ୍ରକୁ ଯିବାପାଇଁ ନାଗରିକମାନେ କେତେଯେ ହଇରାଣ ହରକତ ହେଉଛନ୍ତି ତାହା ପ୍ରଶାସନ ହୃଦୟଙ୍ଗମ କରିପାରୁନାହିଁ।

ଏପରିକି ନାଗରିକ ମାନଙ୍କ ସୁବିଧା ପାଇଁ ଗତକାଲି ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ରାତାରାତି ଟେଣ୍ଟ ଏବଂ ବ୍ୟାରିକେଡ଼ ବ୍ୟବସ୍ଥା ଟାଉନ ହଲ ଠାରେ କରାଗଲା କିନ୍ତୁ ନାଗରିକମାନଙ୍କୁ ଉକ୍ତ ଟୀକାକେନ୍ଦ୍ରକୁ ପହଂଚିବା ପାଇଁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତାହା ପ୍ରଶାସନର ନଜରକୁ ଆସୁନାହିଁ।

ତେବେ ଏପରି ଗୁରୁତର ସମସ୍ୟାର ସମାଧାନ ଦିଗରେ ବାଣପୁର ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ପୂର୍ତ୍ତ ବିଭାଗ ଆଦି ମୌନ ରହିବା ସାଧାରଣରେ ସନ୍ଦେହ ସୃଷ୍ଟିକରୁଛି। ଉକ୍ତ ଅଧିକାରୀମାନେ ଦିନତମାମ ଏହି ରାସ୍ତା ଦେଇ ଯାତାୟାତ କରୁଥିବାବେଳେ ଉକ୍ତ ସମସ୍ୟା ପ୍ରତି ତିଳେହେଲେ ଖାତିର ନକରିବା ସାଧାରଣରେ ନାପସନ୍ଦ କରାଯାଇଛି।

ଏ ବିଷୟ ନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ଉକ୍ତ ଘଟଣାରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଅପରିହାର୍ଯ୍ୟ ହୋଇପଡିଛି। ତେବେ ଯଥାଶୀଘ୍ର ଯଦି ଉକ୍ତ ସମସ୍ୟାର ସମାଧାନ ନହୁଏ ତେବେ ବାଣପୁର ଜନସାଧାରଣମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ତତସହିତ ଯଦି ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ସେଥିପାଇଁ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି କହିଛନ୍ତି।

କୃତ୍ରିମ ହ୍ରଦ ବାଣପୁର ଏନଏସି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ: ମିଳିବ ସଫଳତା

September 14, 2026

ଯୋରନ୍ଦା ମହିମା ଗାଦିରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ମହିମା ଗୋସାଇଁ ଓ ପରମାତ୍ମାଙ୍କୁ ଅର୍ପଣ

September 14, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ଅବସରରେ ବିଶାଳ ରକ୍ତଦାନ ଶିବିର ପାଇଁ ଭୂମି ପୂଜନ

September 14, 2026

ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ

September 14, 2026
Latest News

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ: ମିଳିବ ସଫଳତା

September 14, 2026

ଯୋରନ୍ଦା ମହିମା ଗାଦିରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ମହିମା ଗୋସାଇଁ ଓ ପରମାତ୍ମାଙ୍କୁ ଅର୍ପଣ

September 14, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ଅବସରରେ ବିଶାଳ ରକ୍ତଦାନ ଶିବିର ପାଇଁ ଭୂମି ପୂଜନ

September 14, 2026

ଗଣେଶ ପୂଜା ଅବସରରେ ସାରା ଦେଶ ଆଜି ଉତ୍ସବମୁଖର

September 14, 2026

ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.