ଅଖିଳେଶ ଯାଦବଙ୍କ ୪୮ତମ ଜନ୍ମ ଜୟନ୍ତୀ ଭୁବନେଶ୍ବରରେ ପାଳିତ

Published: Jul 2, 2021, 6:44 pm IST

ଭୁବନେଶ୍ୱର, ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ସାଂସଦ ଅଖିଳେଶ ଯାଦବଙ୍କ ୪୮ତମ ଜନ୍ମଜୟନ୍ତୀ ଭୁବନେଶ୍ବରରେ ପାଳିତ ହୋଇଛି। କୋଭିଡ୍ କଟକଣା ଅନୁଯାୟୀ ମହାସମାରୋହରେ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ୱାରା ଜନ୍ମଦିନର କେକ୍ କଟାଯାଇ ତାଙ୍କର ସୁସ୍ଥ, ଦୀର୍ଘ ନିରାମୟ ଜୀବନ କାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।

ଆଗାମୀ ବର୍ଷ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ଅଖିଳେଶଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି ବହୁମତ ଲାଭ କରି ସରକାର ଗଠନ କରିବ ବୋଲି ମତ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ସୁନିଲ ମିଶ୍ର, ସୁଶିଲ ହୋତା, ରଣଜିତ ପ୍ରଧାନ, କୃଷକ ନେତା ବିଜୟ ବେହେରା ପ୍ରମୁଖ ଅଖିଳେଶଙ୍କ ନେତୃତ୍ୱ ଉପରେ ଆଲୋକପାତ କରିଥିଲେ ।

Related posts