ପେଗାସସ୍ ଗୁଇନ୍ଦାଗିରି ଘଟଣା: କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ, ଶୋଇବା ଘରର କଥାବାର୍ତ୍ତା ଶୁଣୁଛି ମୋଦୀ ସରକାର

Published: Jul 19, 2021, 6:28 pm IST

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ବିବାଦକୁ ନେଇ କେନ୍ଦ୍ର ସରକାରକୁ କଂଗ୍ରେସ ତୀବ୍ର ଟାର୍ଗେଟ କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ମୋଦୀ ସରକାର ଆଇନ ଏବଂ ସମ୍ବିଧାନକୁ ହତ୍ୟା କରୁଛି। ଜାତୀୟ ସୁରକ୍ଷା ସହ ଖେଳୁଥିବା ମୋଦୀ ସରକାର ଦେଶଦ୍ରୋହ କାମ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ମୋଦୀ ସରକାର ମଧ୍ୟ ଶୋଇବା ଘରର କଥାବାର୍ତ୍ତା ଶୁଣୁଛି। ସୁରଜେୱାଲା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସମେତ ଅନେକ ରାଜନେତା ଏବଂ ସାମ୍ବାଦିକଙ୍କୁ ଗୁଇନ୍ଦାଗିରି କରାଯାଇଛି। ବିଜେପିକୁ ଭାରତୀୟ ଗୁଇନ୍ଦାଗିରି ପାର୍ଟି ନାମରେ ନାମିତ କରାଯିବା ଉଚିତ୍।

ରିପୋର୍ଟରେ କୁହାଯାଇଛି ଯେ ସୁରକ୍ଷା ବିଭାଗର ମୁଖ୍ୟମାନଙ୍କୁ ମଧ୍ୟ ଗୁଇନ୍ଦାଗିରି କରାଯାଇଛି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦିଅନ୍ତୁ ଏବଂ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଯାଞ୍ଚ କରାଯାଉ। ଆମେ ସଂସଦରେ ଏହି ସମଗ୍ର ପ୍ରସଙ୍ଗ ଉଠାଇବୁ। ଏଥି ସହ ଆଧୀର ରଂଜନ ଚୌଧୁରୀ କହିଛନ୍ତି, ‘ପିଏମ ମୋଦୀ ଡିଜିଟାଲ ଇଣ୍ଡିଆ ବିଷୟରେ କଥାବାର୍ତ୍ତା କରୁଛନ୍ତି କିନ୍ତୁ ଏହା ହେଉଛି ସର୍ଭିଲାନ୍ସ ଇଣ୍ଡିଆ। ସମସ୍ତ ବିରୋଧୀ ଦଳ ମିଳିତ ଭାବେ ସଂସଦରେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବେ।

Related posts