Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାୟୁ ବୃଦ୍ଧ
ଆଜିର ଖବର

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାୟୁ ବୃଦ୍ଧ

August 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହରୀର କଷ୍ଟ ଏବଂ ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ସମ୍‌ କୋଭିଡ ହସ୍ପିଟାଲ୍‌ରୁ ଆସିଛି ଏକ ଖୁବ୍ ଭଲ ଖବର। କୋଭିଡ୍ ଅନେକ ଚିହ୍ନା ଓ ଅଚିହ୍ନା ମୁହଁ ଛଡାଇ ନେଉଥିବା ବେଳେ ଅନେକ ଗୁରୁତର ହୋଇ ହସ୍ପିଟାଲ୍‌ରେ କଷ୍ଟ ଭୋଗୁଛନ୍ତି।

ତେବେ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କୋଭିଡ୍ ଆକ୍ରାନ୍ତ ହୋଇଥିବା ଜଣେ ଶତାୟୁ ବୃଦ୍ଧ। ଭୁବନେଶ୍ୱର ସ୍ଥିତ ଝାରପଡା ଅଂଚଳର ୧୦୦ ବର୍ଷୀୟ ବୃନ୍ଦାବନ ସାମଲ୍ ଗତ ୨୬ ତାରିଖରେ କରୋନା ସଂକ୍ରମିତ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍‌ରେଭର୍ତ୍ତି ହେବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିଲା ଏବଂ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

କରୋନା ସଂକ୍ରମଣ ପରେ ସେ ନିମୋନିଆରେ ପିଡ଼ିତ ଥିବା ସହ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏଥି ସହିତ ତାଙ୍କର କିଡ୍‌ନି ଜନିତ ସମସ୍ୟା ମଧ୍ୟ ପୂର୍ବରୁ ରହିଥିଲା।
ତେଣୁ ତାଙ୍କର ଚିକିତ୍ସା ଡାକ୍ତରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ମାତ୍ର ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନଙ୍କର ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ଏହି ଶତାୟୁ ବୃଦ୍ଧ ଜଣକ ହସ୍ପିଟାଲ୍‌ରେ ବେଶ୍ କିଛି ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବୃନ୍ଦାବନ ଘରକୁ ଫେରିବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଅନେକ ପ୍ରଶଂସା କରିଛନ୍ତି ତାଙ୍କ ପରିବାର। ହସ୍ପିଟାଲ୍‌ର ଡାକ୍ତର, ନର୍ସ ମାନଙ୍କର ଚିକିତ୍ସା ଓ ସେବାକୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି ତାଙ୍କ ନାତି ଆଲୋକ ସାମଲ।

ବିଶେଷ ଭାବେ ନର୍ସମାନେ ନିଜ ହାତରେ ବୃଦ୍ଧଙ୍କୁ ଖାଦ୍ୟ ଖୁଆଇ ଦେବାକୁ ବେଶ ପ୍ରଶଂସା
କରିଛନ୍ତି ତାଙ୍କ ନାତି। ସମ୍ କୋଭିଡ ହସ୍ପିଟାଲ୍ ଯୋଗୁ ହିଁ ତାଙ୍କ ଜେଜେ ଘରକୁ ଫେରିପାରିଲେ ବୋଲି ସେ କହିଛନ୍ତି।

ପୂର୍ବରୁ କୋଭଡି୍‌ର ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ୯୦ ବର୍ଷରୁ ଊର୍ଦ୍ଧ୍ୱ ଅନେକ ବୟୋଜ୍ୟେଷ୍ଠ ପୁରୁଷ ଓ ମହିଳା ସମ୍ କୋଭିଡ୍‌ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିବାର ନଜିର ରହିଛି।

କରୋନା ମହାମାରୀ ଦ୍ୱିତୀୟ ଲହରୀ ସମ୍ କୋଭିଡ୍ ହସ୍ପିଟାଲ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ସୁବନ ଖୁଣ୍ଟିଆ ପଞ୍ଚମ ସ୍ମାରକୀ ବକ୍ତୃତା ସଭାରେ ଓମ୍ଫେଡ୍ ସମ୍ବର୍ଦ୍ଧିତ

June 25, 2026

ବେଆଇନ ବାଲି ଚାଲାଣ ଅଭିଯୋଗ: ଦୁଇ ହାଇୱା ଜବତ

June 25, 2026

ଲୋହଗଡ଼ ଫୋର୍ଟ ମାମଲା: ତଦନ୍ତରେ ନୂଆ ମୋଡ଼, ସିସିଟିଭି ଫୁଟେଜ୍ ଓ ପରିବାର ବୟାନରେ ଖୋଲୁଛି ରହସ୍ୟ

June 25, 2026

ନବରଙ୍ଗପୁରରେ ହତ୍ୟା ମାମଲା: ଅଭିଯୁକ୍ତକୁ ୬ ବର୍ଷ ସଶ୍ରମ କାରାଦଣ୍ଡ

June 25, 2026
Latest News

ସୁବନ ଖୁଣ୍ଟିଆ ପଞ୍ଚମ ସ୍ମାରକୀ ବକ୍ତୃତା ସଭାରେ ଓମ୍ଫେଡ୍ ସମ୍ବର୍ଦ୍ଧିତ

June 25, 2026

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୨ତମ ପ୍ରଗତି ବୈଠକ ଅନୁଷ୍ଠିତ

June 25, 2026

ବେଆଇନ ବାଲି ଚାଲାଣ ଅଭିଯୋଗ: ଦୁଇ ହାଇୱା ଜବତ

June 25, 2026

ରାଶିଫଳ: ଆଜି ଜୁନ୍ ୨୫ ତାରିଖ ଗୁରୁବାରରେ ଏହି ରାଶିର ବ୍ୟବସାୟ ବୃଦ୍ଧି ଘଟିବ, ଧନ ଆସିବ

June 25, 2026

ଲୋହଗଡ଼ ଫୋର୍ଟ ମାମଲା: ତଦନ୍ତରେ ନୂଆ ମୋଡ଼, ସିସିଟିଭି ଫୁଟେଜ୍ ଓ ପରିବାର ବୟାନରେ ଖୋଲୁଛି ରହସ୍ୟ

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.