Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ଆବାସ ଦେବାକୁ କହି ଠକି ଦେଲା ବ୍ଲକ ପ୍ରଶାସନ, ଆତ୍ମହୁତି ଚେତାବନୀ ଦେଲେ ରୀନା
ଆଜିର ଖବର

ବାଣପୁର: ଆବାସ ଦେବାକୁ କହି ଠକି ଦେଲା ବ୍ଲକ ପ୍ରଶାସନ, ଆତ୍ମହୁତି ଚେତାବନୀ ଦେଲେ ରୀନା

August 4, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗରିବଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଘର ନଥିବା ଲୋକଙ୍କୁ ସରକାର ଘର ମଧ୍ୟ ଯୋଗାଇ ଦେଉଛନ୍ତି। କିନ୍ତୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ନେଇ କୁଜି ନେତାମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାତର ରତନପୁର ଗ୍ରାମ ନିବାସୀ ସୁକାନ୍ତ ବେହେରା ଜଣେ ଦିନ ମଜୁରିଆ। ମା’ ବାପା ଓ ପିଲାପିଲିଙ୍କୁ ନେଇ ସମୁଦାୟ ୬ ପ୍ରାଣୀ କୁଟୁମ୍ବ ତାଙ୍କର। ଅଭାବ ଅସୁବିଧାରେ ଜୀବନ ବଞ୍ଚୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ଘରେ ପକ୍କା ଘରଟେ ନାହିଁ। ବର୍ତ୍ତମାନ ବର୍ଷାଋତୁ ଆସି ଯାଇଥିବା ବେଳେ ଟିକେ ବର୍ଷା ହେଲେ ଭଙ୍ଗା କୁଡ଼ିଆ ଘରେ ପାଣି ଭର୍ତ୍ତି ହୋଇଯାଉଛି। ଘରର ଉପର ଭାଗରେ ପାଲ ପଡ଼ିଥିବା ବେଳେ ଆଉ ଅନ୍ୟ ସ୍ଥାନ ସବୁ ଖୋଲା ଅଛି।

ସୁକାନ୍ତ ଓ ତାଙ୍କ ସ୍ତ୍ରୀ ରୀନା ବେହେରା ଦୀର୍ଘ ୪ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସରପଞ୍ଚଙ୍କ କାର୍ଯ୍ୟାଳୟ ଓ ବାଣପୁର ବ୍ଲକ ଅଫିସ ଧାଉଁଥିବା ବେଳେ କିଛି ସୁଫଳ ମିଳୁନି। ସେ ମଇ ୨୯, ୨୦୧୭ ରେ ପ୍ରଥମ ଆବେଦନ କରିଥିବା ବେଳେ ଆଜି ସୁଦ୍ଧା ପାଖାପାଖୀ ୫ ଥର ଆବେଦନ କରିସାରିଲେଣି ଏବଂ ବାରମ୍ବାର ସରକାରୀ ଅଧିକାରୀ ଘର ନିରୀକ୍ଷଣ ପାଇଁ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିଶ୍ଚିତ ପାଇବ ବୋଲି ଆଶ୍ୱାସନା ଦେଇ ଚାଲି ଯାଉଛନ୍ତି।

କିନ୍ତୁ ଗାଁ ର କୁଜିନେତା ମାନେ ସରପଞ୍ଚଙ୍କ ନାମରେ ଆବାସ ଯୋଜନା କରାଇଦେବା ପାଇଁ ୨୦୦୦୦ ଟଙ୍କା ଲାଞ୍ଚ ମାଗୁଥିବାର ସାଙ୍ଘାତିକ ଅଭିଯୋଗ ଗତ ଏକ ବର୍ଷ ତଳେ ଆଣିଥିଲେ ରୀନା। ଦଳୀୟ ଭିତ୍ତିରେ ଆବାସ ଯୋଜନା ବଣ୍ଟା ହେଉଛି ବୋଲି ମଧ୍ୟ ସେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେଲା ପରେ ତତ୍କାଳୀନ ବାଣପୁର ବିଡ଼ିଓ ଶିବାନନ୍ଦ ସ୍ୱାଇଁ ଖୋଦ ରୀନାଙ୍କ ଘରକୁ ଯାଇ ଆବାସ ଯୋଜନା ପାଇଁ ପ୍ରତିଶୃତି ଦେଇ ଆସିଥିଲେ। ଏହା ପରେ ତାଙ୍କ ବଦଳି ହୋଇଯାଇଥିବାରୁ ପରବର୍ତ୍ତୀ ବିଡ଼ିଓ ଡ଼ଃ ଶୁଭଶ୍ରୀ ତ୍ରିପାଠୀଙ୍କୁ ସମାନ ଅନୁରୋଧ କରିଥିଲେ ରିନା ଏବଂ ସେ ମଧ୍ୟ ସମାନ ପ୍ରତିଶୃତି ଦେଇଥିଲେ।

ଏବେ ପୁଣି ସପ୍ତାହ ତଳେ ବାଣପୁର ନୂତନ ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କ ନିକଟକୁ ଯାଇ ରୀନା ଗୁହାରି କରିଥିଲେ ଏବଂ ବିଡ଼ିଓ ମହୋଦୟ ମଧ୍ୟ ସମାନ ଉତ୍ତର ଦେଇଥିଲେ ଯେ ଖୁବ ଶୀଘ୍ର ଏହାର ତଦନ୍ତ ହେବ।

ତେବେ ଏଠି ପ୍ରଶ୍ନ ଉଠୁଛି ପୂର୍ବରୁ ଦୁଇ ଦୁଇ ଜଣ ବିଡ଼ିଓ ତଦନ୍ତ କରିସାରିଥିବା ସ୍ଥଳେ ଆଉଥରେ ତଦନ୍ତର ମାନେ କଣ? ଇତି ମଧ୍ୟରେ ସେ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା ସମସ୍ତଙ୍କୁ ତାଙ୍କ ଦୁଃଖ ଶୁଣେଇଲା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ପରିବାର ରୋଜଗାର ଶୂନ୍ୟ ଥିବାରୁ ବାଧ୍ୟ ହୋଇ ରିନାଙ୍କ ସ୍ୱାମୀ ସୁକାନ୍ତ ବର୍ଷେ ତଳେ ସୁଦୂର କେରଳ ଯାଇ ଦାଦନ ଖଟୁଥିଲେ ଏବଂ ବର୍ତ୍ତମାନ କରୋନା ମହାମାରୀ ଲାଗି ନିଜ ଗ୍ରାମକୁ ଫେରିଛନ୍ତି। ହେଲେ ୬ ପ୍ରାଣୀ କୁଟୁମ୍ବର ପରିବାର ଚଲେଇବା ତାଙ୍କ ଲାଗି ଏବେ କଷ୍ଟକର ହୋଇପଡିଛି।

ରାଜ୍ୟ ସରକାର ମହିଳାଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିବାର ଡିଣ୍ଡିମ ପିଟୁଥିବାବେଳେ ଜଣେ ମହିଳା ହିସାବରେ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି। କିନ୍ତୁ ତାଙ୍କ ଅଭିଯୋଗକୁ ଶୁଣିବା ଦୂରର କଥା ତାଙ୍କୁ ଦଳୀୟ ଭିତ୍ତିରେ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ରୀନା।

ତେବେ ଯଦି ବ୍ଲକ ପ୍ରଶାସନ ତାଙ୍କୁ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ନକରେ ତେବେ ସେ ନିଜ ପିଲା ଛୁଆଙ୍କ ସମେତ ବାଣପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଗଣମାଧ୍ୟମକୁ କୋହଭରା କଣ୍ଠରେ କହିଛନ୍ତି।

ବାଣପୁର ବ୍ଲକ ପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

ଉଦ୍ଧବ ଠାକରେଙ୍କୁ ଝଟକା!: ଛଅ ସାଂସଦଙ୍କ ସମ୍ପର୍କରେ ନେଲେ ବଡ଼ ନିଷ୍ପତ୍ତି

July 22, 2026

ପ୍ରତିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଶରଦ ପାୱାର: ଜାଣନ୍ତୁ କ’ଣ ହେଲା ଆଲୋଚନା?

July 22, 2026

ଡେଙ୍ଗୁ ବିରୋଧରେ ପ୍ରଭାବଶାଳୀ ହେବ କ୍ୟୁଡେଙ୍ଗା ଟୀକା: ସ୍ୱାସ୍ଥ୍ୟ ବିଶେଷଜ୍ଞ

July 22, 2026

ନିମାପଡ଼ାରେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026
Latest News

“କ’ଣ ଆପଣମାନେ ଝିଅମାନଙ୍କ ପୋଷାକ ଚିରିବେ?”: ଲୋକସଭାରେ ପ୍ରଶ୍ନ କଲେ ଅଖିଳେଶ ଯାଦବ

July 22, 2026

“ଧର୍ମେନ୍ଦ୍ର ପ୍ରଧାନ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି?”: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିଲେ ଅଭିଜିତ ଦୀପକେ

July 22, 2026

ଉଦ୍ଧବ ଠାକରେଙ୍କୁ ଝଟକା!: ଛଅ ସାଂସଦଙ୍କ ସମ୍ପର୍କରେ ନେଲେ ବଡ଼ ନିଷ୍ପତ୍ତି

July 22, 2026

ପ୍ରତିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଶରଦ ପାୱାର: ଜାଣନ୍ତୁ କ’ଣ ହେଲା ଆଲୋଚନା?

July 22, 2026

ନ୍ୟୁୟର୍କରୁ ଲଣ୍ଡନ ପର୍ଯ୍ୟନ୍ତ ବ୍ୟାପିଲା ସୋନମ ୱାଙ୍ଗଚୁକଙ୍କ ପାଇଁ ପ୍ରତିବାଦ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.