Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖରସ୍ରୋତା ଜଳବିବାଦ ବଳ ପ୍ରୟୋଗ ନୁହେଁ, ବରଂ ଆଲୋଚନା ମାଧ୍ୟମରେ ସମାଧାନ ହେଉ: ସିପିଆଇ(ଏମ୍‌-ଏଲ୍‌)
ଆଜିର ଖବର

ଖରସ୍ରୋତା ଜଳବିବାଦ ବଳ ପ୍ରୟୋଗ ନୁହେଁ, ବରଂ ଆଲୋଚନା ମାଧ୍ୟମରେ ସମାଧାନ ହେଉ: ସିପିଆଇ(ଏମ୍‌-ଏଲ୍‌)

August 13, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ସିପିଆଇ
ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ମୁହାଁକୁ ଠେଲି ଦେଇଛି ଡବଲ ଇଞ୍ଜିନ୍ ସରକାର: ସି.ପି.ଆଇ.(ଏମ୍)

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି। ଆଳି-ରାଜକନିକାବାସୀଙ୍କ ଦାବି ହେଲା ଖରସ୍ରୋତା ନଦୀରେ ସରକାର ପ୍ରଥମେ ଆନ୍ନିକଟ କରନ୍ତୁ। ତାହେଲେ ଭୂତଳ ଜଳସ୍ତର କମିବ ନାହିଁ।

ଲୋକଙ୍କ ପାନୀୟ ଜଳ ଓ ଚାଷବାସଙ୍କ ପାଇଁ ମଧୁର ଜଳ ସମସ୍ୟା ଉପୁଜିବ ନାହିଁ କି ଲୁଣାପାଣି ମାଡ଼ିବ ନାହିଁ। ସରକାର ଏହି ପ୍ରକଳ୍ପର ସମସ୍ତ ତଥ୍ୟ (ଡ଼ିପିଆର) ଜନଗଣଙ୍କ ଅବଗତି ନିମନ୍ତେ ପ୍ରକାଶ କରନ୍ତୁ ଯଥା ଖରସ୍ରୋତା ନଦୀରେ କେତେ ଜଳ କେଉଁ ସମୟରେ ପ୍ରବାହିତ ହେଉଛି ଓ କେତେ ପାଣି ସରକାର ଭଦ୍ରକକୁ ପିଇବା ପାଇଁ ନେବେ ଇତ୍ୟାତି ଇତ୍ୟାଦି।

ଆନ୍ଦୋଳନରତ ଜନଗଣ କେବେ ବି ଭଦ୍ରକକୁ ପାନୀୟ ଜଳଯୋଗାଣର ବିରୋଧୀ ନୁହଁନ୍ତି ବରଂ ସରକାରର ଆଦାନୀର ଧାମରା ପ୍ରକଳ୍ପ ପାଇଁ ଖରସ୍ରୋତାରୁ ମଧୁର ଜଳ ନେବା ଓ ତାର ମାଲ ପରିବହନ ପାଇଁ ଆନ୍ନିକଟ ନ କରିବା ଜିଦରେ ଅଟଳ ରହୁଛନ୍ତି। ଲୋକଙ୍କ ସହ ଆଲୋଚନା ନକରି ଜବରଦସ୍ତ ପ୍ରକଳ୍ପ କରାଇ ନେବାର ଉଦ୍ୟମ ଯୋଗୁ ଗତ ୧୨.୮.୨୦୨୧ରେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ସରକାର ଦାୟୀ।

ପୁନଶ୍ଚ ଆନ୍ଦୋଳନ ପରେ ରାତିରେ ଘରେ ପଶି ଅନ୍ଧାଧୂନିଆଁ ଭାବେ ଲୋକଙ୍କୁ ଗିରଫ କଲେ, ଭଙ୍ଗାରୁଜା କଲେ ଓ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଲୋକଙ୍କ ପ୍ରତି ଦୁର୍ବ୍ୟବହାର କଲେ, ଆମେ ତାର ଘୋର ନିନ୍ଦା କରୁଛୁ। ଆମର ଦାବି ହେଲା ସରକାର ବଳ ପ୍ରୟୋଗ ବନ୍ଦ କରନ୍ତୁ ଓ ‘ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି’ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ।

କେନ୍ଦ୍ରାପଡା ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.