ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ମୌସୁମୀ ଅଧିବେଶନ ନେଇ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ଡା. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ଵରେ ଆଜି ସର୍ବାଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାନସଭା ଦୈନିକ ୫ ଘଣ୍ଟା ଚାଲିବ। ଅଧିବେଶନ ପୂର୍ବରୁ ସମସ୍ତଙ୍କୁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହାସହ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ଆଣ୍ଟିବଡି ଟେଷ୍ଟ କରାଯିବ।
ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ଚାଲିବ। ପ୍ରଥମ ପର୍ଯ୍ୟାୟ ସକାଳ ସାଢେ ୧୦ ଟାରୁ ସାଢେ ୧ ଟା ଏବଂ ଦ୍ଵିତୀୟ ପର୍ଯ୍ୟାୟ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ। ଶନିବାର ଦିନ ମଧ୍ୟ ଗୃହ କାର୍ଯ୍ୟ ଚାଲିବ। ଏହି ସମୟରେ ଷ୍ଟାର ପ୍ରଶ୍ନ ଏବଂ ମୁଲତବୀ ଆଲୋଚନା ହେବ। ବିଜେପି ୪ଟି ଏବଂ କଂଗ୍ରେସ ୨ ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ। ବିଧାୟକମାନେ ଓକାକ, ଲୋକସଭା ଭବନ କିମ୍ବା ନଯା ସ୍ଥାନରେ ବସିବେ। ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ସେ ଭିଡିଓ କଂଫରେନ୍ସରେ ଯୋଗ ଦେଇପାରିବେ। ସର୍ବାଦଳୀୟ ବୈଠକ ପରେ ଏନେଇ ବାଚସ୍ପତି ଡା. ପାତ୍ର ସୂଚନା ଦେଇଛନ୍ତି।