Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଇ ଜୁ ୟିଙ୍ଗଙ୍କୁ ସିଙ୍ଗାପୁର ଓପନ୍‌ ଟାଇଟଲ୍‌
ଆଜିର ଖବର

ଟାଇ ଜୁ ୟିଙ୍ଗଙ୍କୁ ସିଙ୍ଗାପୁର ଓପନ୍‌ ଟାଇଟଲ୍‌

April 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
taitzuying won singapore open
taitzuying won singapore open

ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ତାଇଓ୍ବାନର ଟାଇ ଜୁ ୟିଙ୍ଗ ସିଙ୍ଗାପୁର ଓପନ୍‌ ବ୍ୟାଡମିଣ୍ଟନ୍‌ର ଟାଇଟଲ୍‌ ମୁକାବିଲାରେ ବିଜୟୀ ହୋଇଛନ୍ତି। ଫାଇନାଲ୍‌ ମୁକାବିଲାରେ ୨୧-୧୯ ଏବଂ ୨୧-୧୫ରେ ବିଶ୍ବ ମାନ୍ୟତାର ତିନି ନମ୍ବର ସ୍ଥାନରେ ରହିଥିବା ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରି ଟାଇଟଲ୍‌ ହାସଲ କରିଛନ୍ତି। ୨୦୧୭ରେ ଟାଇ ସିଙ୍ଗାପୁର ଓପନ ହାସଲ କରିଥିବା ବେଳେ ପୂର୍ବ ସପ୍ତାହରେ ମାଲେସିଆ ଓପନରେ ମଧ୍ୟ ଚାମ୍ପିୟନ୍‌ ହୋଇଥିଲେ। ପ୍ରଥମ ସେଟ୍‌ରେ ଟାଇ ଏକଦା ୧୩-୮ର ଅଗ୍ରଣୀ ହାସଲ କରିଥିବା ବେଳେ ଓକୁହାରା ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌କୁ ୧୮-୧୮କୁ ନେଇ ଆସିଥିଲେ। ମାତ୍ର ୨୪ ବର୍ଷୀୟା ଟାଇ ମ୍ୟାଚ୍‌କୁ ୨୧-୧୯ରେ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌ରେ ଓକୁହାରା ସଂଘର୍ଷ କରିଥିଲେ ମଧ୍ୟ ଟାଇଙ୍କ ଶକ୍ତଶାଳୀ ସର୍ଭିସ୍‌ ଏବଂ ସ୍ମାସ୍‌ ସମ୍ନାରେ ତିଷ୍ଠି ପାରି ନଥିଲେ ଏବଂ ୨୧-୧୫ରେ ପରାଜିତ ହୋଇ ରନର୍ସ ଅପ୍‌ରେ ସନ୍ତୁଷ୍ଟ ରହିଥିଲେ। ଏହି ବିଜୟ ସହିତ ଓକୁହାରାଙ୍କ ବିପକ୍ଷରେ ନିଜର ବିଜୟ ବ୍ୟବଧାନକୁ ୫-୪ରେ ପହଞ୍ଚାଇଛନ୍ତି ଟାଇ।

badminton singaporeopen thesamikhsya won
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.