Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: କେହି ବୁଝିବା ପୂର୍ବରୁ ଅଚାନକ ଷ୍ଟାର୍ଟ ହେଲା କାର, ଜଣେ ମହିଳା ଆହତ, ମୃତ୍ୟୁମୁଖରୁ ବର୍ତ୍ତିଲେ ଏକାଧିକ ଲୋକ
ଆଜିର ଖବର

ବାଣପୁର: କେହି ବୁଝିବା ପୂର୍ବରୁ ଅଚାନକ ଷ୍ଟାର୍ଟ ହେଲା କାର, ଜଣେ ମହିଳା ଆହତ, ମୃତ୍ୟୁମୁଖରୁ ବର୍ତ୍ତିଲେ ଏକାଧିକ ଲୋକ

September 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବିଷରପାଟଣା ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରାସ୍ତା ମଝିରେ ଠିଆ ହୋଇଥିବା ଗାଡିଟି ଅଚାନକ ଷ୍ଟାର୍ଟ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ଆହତ ହୋଇଥିବାବେଳେ ଏକାଧିକ ବ୍ୟକ୍ତି ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।

ସୂଚନା ମୁତାବକ ଆଜି ପୂର୍ବାହ୍ନରେ ବିଷରପାଟଣା ଛକ ରାସ୍ତାକଡ଼ରେ ଜଣେ ବ୍ୟକ୍ତି ନିଜର ଓଆର-୦୭ଏଫ-୭୬୫୬ ନମ୍ବର ବିଶିଷ୍ଟ ମାରୁତି-୮୦୦ ଗାଡ଼ିକୁ ରଖି ବଜାର କାର୍ଯ୍ୟ କରୁଥିଲେ। ଉକ୍ତ ଗାଡ଼ିରେ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ମଧ୍ୟ ଉପସ୍ଥିତ ଥିଲେ।

ତେବେ ହଠାତ କୌଣସି କାରଣ ବଶତଃ ଗାଡିଟି ଷ୍ଟାର୍ଟ ହୋଇଯାଇଥିଲା ଏବଂ କ୍ଷିପ୍ରଗତିରେ ଆଗକୁ ବଢିବାକୁ ଲାଗିଥିଲା। ତେବେ ସୌଭାଗ୍ୟବଶତଃ ଗାଡିଟି ସିଧା ନ ଯାଇ ଡାହାଣ ପାର୍ଶ୍ୱକୁ ବୁଲିଯାଇଥିଲା। ଯାହା ଫଳରେ ମାତ୍ର ୫୦ ମିଟର ଆଗକୁ ଯାଇ ଏକ ବାଇକକୁ ଧକ୍କା ଦେଇ ଖୁଣ୍ଟକୁ ପିଟିବାରୁ ଇଞ୍ଜିନ ବନ୍ଦ ହୋଇଯାଇଥିଲା। ତେବେ ଉକ୍ତ ସମୟରେ ଗାଡିଟି ଜଣେ ମହିଳାଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଯାହା ଫଳରେ ମହିଳା ଜଣକ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ମହିଳାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବାବେଳେ ବର୍ତ୍ତମାନ ସେ ବାଣପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ବାଇକର କିଛି ଅଂଶ ମଧ୍ୟ ଭାଙ୍ଗିଯାଇଛି। ସୌଭାଗ୍ୟବଶତଃ ମୃତ୍ୟୁମୁଖରୁ ବହୁତ ଲୋକେ ବର୍ତ୍ତିଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ନାବାଳକ ଜଣକ ଗାଡ଼ି ଚଳାଇବାକୁ ଉଦ୍ୟମ କରିଥିବାରୁ ଏପରି ଅଘଟଣ ଘଟିଛି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026

ଶିଖରଚଣ୍ଡୀରେ ଦନ୍ତା ଉତ୍ପାତ

April 18, 2026

ଗଞ୍ଜାମରେ ଓଲଟିଲା ବସ୍‌

April 18, 2026
Latest News

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026

ଶିଖରଚଣ୍ଡୀରେ ଦନ୍ତା ଉତ୍ପାତ

April 18, 2026

ଗଞ୍ଜାମରେ ଓଲଟିଲା ବସ୍‌

April 18, 2026

ରୁଷଠାରୁ ତେଲ କିଣିବା ଜାରି ରଖିବ ଭାରତ : ରିହାତି ବୃଦ୍ଧି କଲା ଆମେରିକା

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.