Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନାଜନିତ ମୃତ୍ୟୁକୁ ରୋକିବାରେ ପ୍ରଥମ ଡୋଜ ୯୬.୬% ପ୍ରଭାବଶାଳୀ, ଉଭୟ ଡୋଜର ପ୍ରଭାବ ୯୭.୭%: କେନ୍ଦ୍ର ସରକାର
ଆଜିର ଖବର

କରୋନାଜନିତ ମୃତ୍ୟୁକୁ ରୋକିବାରେ ପ୍ରଥମ ଡୋଜ ୯୬.୬% ପ୍ରଭାବଶାଳୀ, ଉଭୟ ଡୋଜର ପ୍ରଭାବ ୯୭.୭%: କେନ୍ଦ୍ର ସରକାର

September 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରବ୍ୟାପୀ ଏଚପିଭି ଟିକାକରଣ ଅଭିଯାନ
ଆଜି ୧୪ ବର୍ଷର ବାଳିକାଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୩୨ ହଜାର ମାମଲା କେରଳ ରାଜ୍ୟରୁ ଆସିଛି। ଗତ ସପ୍ତାହରେ ରିପୋର୍ଟ ହୋଇଥିବା ମାମଲା ମଧ୍ୟରୁ କେବଳ କେରଳରୁ ୬୮.୫୯% ରିପୋର୍ଟ କରାଯାଇଥିଲା। ଆଜି ଏକ ଗଣମାଧ୍ୟମ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଦ୍ୱିତୀୟ ତରଙ୍ଗର ମଝିରେ ଅଛୁ, ଏହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଦେଶର ୩୮ ଟି ଜିଲ୍ଲାରେ ୧୦୦ ରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ଜୁନ୍ ୩୦ ରେ ୧୦୮ ଟି ଜିଲ୍ଲା ଥିଲା।

ରାଜେଶ ଭୂଷଣ କହିଛନ୍ତି ଯେ, ମଝିରେ ସକ୍ରିୟ ମାମଲା ହ୍ରାସ ପାଇଥିଲା, ପରେ ବୃଦ୍ଧି ପାଇଥିଲା କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଉଛି। ଦେଶରେ କେବଳ ଗୋଟିଏ ରାଜ୍ୟ କେରଳ, ଯେଉଁଠାରେ ମୋଟ ସକ୍ରିୟ ମାମଲାର ୬୧% ରହିଛି। ସେହିଭଳି ମହାରାଷ୍ଟ୍ରରେ ସକ୍ରିୟ ମାମଲା ୫୦ ହଜାରରୁ ଏକ ଲକ୍ଷ ମଧ୍ୟରେ ରହିଥିବା ବେଳେ ୧୦ ହଜାରରୁ ୫୦ ହଜାର ମଧ୍ୟରେ ସକ୍ରିୟ ମାମଲା ବର୍ତ୍ତମାନ ୪ ଟି ରାଜ୍ୟରେ ଏବଂ ୧୦ ହଜାରରୁ କମ୍ ସକ୍ରିୟ ମାମଲା ୩୦ ଟି ରାଜ୍ୟରେ ଅଛି। ୩୫ ଟି ଜିଲ୍ଲାରେ ସାପ୍ତାହିକ ପଜେଟିଭ ହାର ୧୦% ଅଧିକ ରହୁଛି।

ଟୀକାକରଣ ବିଷୟରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ୧୮ ବର୍ଷରୁ ଅଧିକ ୫୮% ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଥିବାବେଳେ ୧୮% ଉଭୟ ଡୋଜ ଦିଆଯାଇଛି। ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ, ମୃତ୍ୟୁ ହାରକୁ ରୋକିବା ପାଇଁ ପ୍ରଥମ ଡୋଜ ୯୬.୬% ପର୍ଯ୍ୟନ୍ତ ସକ୍ଷମ ହୋଉଥିବା ବେଳେ ଦ୍ଵିତୀୟ ଡୋଜ ପରେ ଏହା ୯୭.୫% କୁ ବୃଦ୍ଧି ପାଉଛି।

କରୋନାଜନିତ ମୃତ୍ୟୁ କେନ୍ଦ୍ର ସରକାର ବଳରାମ ଭାର୍ଗବ ରାଜେଶ ଭୂଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୧୧ ତାରିଖ ରାଶିଫଳ: ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2026

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026
Latest News

ଅକ୍ଟୋବର ୧୧ ତାରିଖ ରାଶିଫଳ: ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2026

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.