Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ସୀମାରେ ଅଙ୍ଗନବାଡ଼ି କେନ୍ଦ୍ର ଚଳାଇଲା ଆନ୍ଧ୍ର, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଦାବି
ଆଜିର ଖବର

ଓଡିଶା ସୀମାରେ ଅଙ୍ଗନବାଡ଼ି କେନ୍ଦ୍ର ଚଳାଇଲା ଆନ୍ଧ୍ର, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଦାବି

September 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ମାଣିକ ପାଟଣା ଗ୍ରାମରେ ଆନ୍ଧ୍ର ପକ୍ଷରୁ ଜବରଦସ୍ତ ଆରମ୍ଭ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଦୁଇଦିନ ତଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇ ସିଲ୍ କରାଯାଇଥିଲା। ଆଜି ଆନ୍ଧ୍ର ସରକାରଙ୍କ କିଛି ଅଧିକାରୀ ଓ ସେହି ରାଜ୍ୟର ପଶୁ ସମ୍ପଦ ମନ୍ତ୍ରୀ ଆପଲା ରାଜୁ ମାଣିକ ପାଟଣା ଗ୍ରାମରେ ପହଞ୍ଚି ଉକ୍ତ କେନ୍ଦ୍ରକୁ ଖୋଲିବା ସହିତ ୫ ଜଣ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢାଇଛନ୍ତି ଓ ଅଣ୍ଡା ବାଣ୍ଟିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି।

ଆନ୍ଧ୍ର ସରକାରଙ୍କର ଏହି ଦାଦାଗିରି ଦିନକୁ ଦିନ ଅସହ୍ୟ ହୋଇ ଉଠିଲାଣି। କିଛିଦିନ ତଳେ କୋଟିଆ ଗ୍ରାମପୁଞ୍ଜର ନେରେଡ଼ିଭାଲସା ଗ୍ରାମରେ ପହଞ୍ଚି ଆନ୍ଧ୍ର ଥାନା ଅଧିକାରୀମାନେ ଲୋକଙ୍କ ଅଭିଯୋଗର ଶୁଣାଣୀ କରିଥିଲେ। ତା ପୂର୍ବରୁ ପଶୁ ଚିକିତ୍ସା ଶିବିର କରିବା ସହିତ ଚାରା ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଥିଲେ। କୋଟିଆ ଓ ଗଜପତି ଜିଲ୍ଲାର ମାଣିକ ପାଟଣାରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଓଡ଼ିଶାର ସ୍ୱାଭିମାନ ଉପରେ ଆକ୍ରମଣ। ମାନ୍ୟବର ସୁପ୍ରିମକୋର୍ଟ ଆନ୍ଧ୍ର ଓଡ଼ିଶା ଭିତରେ ଥିବା ବିବାଦକୁ ୬ ସପ୍ତାହ ଭିତରେ ଆପୋଶ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲା ବେଳେ ଆନ୍ଧ୍ର ସରକାର ବାରମ୍ବାର ଓଡ଼ିଶା ସୀମାକୁ ଅନୁପ୍ରବେଶ କରି ଦାଦାଗିରି ଦେଖାଇବା ଓ ଜବରଦସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଚଳାଇବା ଆନ୍ଧ୍ରର ଦାଦାଗିରିର ପରିଚାୟକ।

ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଆନ୍ଧ୍ରର ଦାଦାଗିରି ଉପରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅନୁରୋଧ କରିଛନ୍ତି। ସେହିଭଳି ପଶ୍ଚିମବଙ୍ଗ ସରକାର ମଧ୍ୟ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର ସୀମାରେ ପାଚେରୀ ନିର୍ମାଣ କରିବାର ଖବର ଆସିଛି। ଗୋଟିଏ ପଟେ ଆନ୍ଧ୍ର ଏବଂ ଉତ୍ତର ଦିଗରେ ପଶ୍ଚିମବଙ୍ଗଳାର ଓଡ଼ିଶାର ସୀମା ଭିତରେ ଅନୁପ୍ରବେଶକୁ ଆଦୌ ବରଦାସ୍ତ କରାଯିବ ନାହିଁ। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ବେହେରା ଦାବି କରିଛନ୍ତି।

ଅଙ୍ଗନବାଡ଼ି କେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ସୀମା ବିବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

February 11, 2026

ଦୁର୍ଘଟଣାରେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ, ଅନ୍ୟ ଦୁଇ ପୋଲିସ ଅଧିକାରୀ ଆହତ

February 11, 2026

ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଟି୨୦ ବିଶ୍ୱକପ୍ ରୁ ବାଦ ପଡ଼ିଲେ ଅଧିନାୟକ ମିଚେଲ ମାର୍ଶ

February 11, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ନୋଟିସ୍?: ଜାଣନ୍ତୁ କ’ଣ କହିଲେ କିରେନ୍ ରିଜିଜୁ?

February 11, 2026
Latest News

ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

February 11, 2026

ଦୁର୍ଘଟଣାରେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ, ଅନ୍ୟ ଦୁଇ ପୋଲିସ ଅଧିକାରୀ ଆହତ

February 11, 2026

ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଟି୨୦ ବିଶ୍ୱକପ୍ ରୁ ବାଦ ପଡ଼ିଲେ ଅଧିନାୟକ ମିଚେଲ ମାର୍ଶ

February 11, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ନୋଟିସ୍?: ଜାଣନ୍ତୁ କ’ଣ କହିଲେ କିରେନ୍ ରିଜିଜୁ?

February 11, 2026

ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ରେ ଆରମ୍ଭ ହେବ ପ୍ରେମର ତୃତୀୟ ଅଧ୍ୟାୟ

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.