ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ହେବ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

Published: Sep 19, 2021, 8:59 am IST

ଭୁବନେଶ୍ବର: ପ୍ରଖ୍ୟାତ ସାମ୍ବାଦିକ, ସାହିତ୍ୟିକା ତଥା ସମାଜସେବୀ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ହେବ। ଏ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ମନୋରମା ମହାପାତ୍ର 87 ବର୍ଷ ବୟସରେ ପରଲୋକ ଘଟିଥିଲା। ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପର୍ଣ୍ଣ ହେବ।

ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ତାଙ୍କୁ କଟକ ମେଜିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ତାଙ୍କର ଦେହାନ୍ତ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Related posts