Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ବିଜେପି ସାଂସଦ କିରିଟ ସୋମାୟାଙ୍କୁ କୋହ୍ଲାପୁର ଠାରେ ଅଟକ ରଖିଲା ମହାରାଷ୍ଟ୍ର ପୋଲିସ
ଆଜିର ଖବର

ପୂର୍ବତନ ବିଜେପି ସାଂସଦ କିରିଟ ସୋମାୟାଙ୍କୁ କୋହ୍ଲାପୁର ଠାରେ ଅଟକ ରଖିଲା ମହାରାଷ୍ଟ୍ର ପୋଲିସ

September 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁଣେ: ପୂର୍ବତନ ବିଜେପି ସାଂସଦ କିରିଟ ସୋମାୟାଙ୍କୁ ମହାରାଷ୍ଟ୍ର ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ସତରା ଜିଲ୍ଲାର କରାଡ ରେଳ ଷ୍ଟେସନରେ କିରିଟ ସୋମାୟାଙ୍କୁ ଅଟକ ରଖାଯାଇଛି। ଆଜି ଏନେଇ ନିଜେ କିରିଟ ସୋମାୟା ସୂଚନା ଦେଇଛନ୍ତି। ରବିବାର ଦିନ ମଧ୍ୟ ସୋମାୟା ଦାବି କରିଥିଲେ ଯେ, ମହାରାଷ୍ଟ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ ମୁଶ୍ରିଫଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ପୋଲିସ ତାଙ୍କୁ ଆଇନ ଶୃଙ୍ଖଳା ଏବଂ ସୁରକ୍ଷା କାରଣ ଦର୍ଶାଇ କୋହ୍ଲାପୁର ଯିବାକୁ ବାରଣ କରିଛି।

କୋହ୍ଲାପୁର ପୋଲିସ ଅଧୀକ୍ଷକ ଶୈଲେଶ ବଲକାଉଡେ କହିଛନ୍ତି ଯେ, ଜିଲ୍ଲା ପୋଲିସର ଏକ ଟିମ୍ କରାଡରେ ପହଞ୍ଚିଥିଲେ ଏବଂ ସୋମାୟାଙ୍କୁ କରଡ ରେଳ ଷ୍ଟେସନରେ ଅଟକାଇ ଦିଆଯାଇଥିଲା ଏବଂ ଧାରା ୧୪୪ ନିର୍ଦ୍ଦେଶର ଏକ ନକଲ ଦିଆଯାଇଥିଲା। ଅଧିକାରୀ ଜଣକ କହିଛନ୍ତି ଯେ, ଯେତେବେଳେ ଆମେ ତାଙ୍କୁ କହିଥିଲୁ ଯେ ତାଙ୍କୁ ଜିଲ୍ଲାକୁ ପ୍ରବେଶ କରିବାକୁ ବାରଣ କରାଯାଇଛି, ସେ ସହଯୋଗ କରିଥିଲେ ଏବଂ ବର୍ତ୍ତମାନ କରାଡରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ପରେ ସେ ଫେରିଯିବେ।

ଉଲ୍ଲେଖ ଯୋଗ୍ୟ ଯେ, ସେପ୍ଟେମ୍ବର ୧୩ ତାରିଖରେ ଗ୍ରାମ ଉନ୍ନୟନ ମନ୍ତ୍ରୀ ତଥା ବିଧାୟକ ମୁଶ୍ରିଫଙ୍କ କୋହ୍ଲାପୁର ଜିଲ୍ଲାର କାଗଲରୁ ଦୁର୍ନୀତିରେ ଲିପ୍ତ ଥିବା ଏବଂ ସମ୍ପର୍କୀୟଙ୍କ ନାମରେ “ବେନାମୀ” ସମ୍ପତ୍ତି ଥିବା କିରିଟ ସୋମାୟା ଅଭିଯୋଗ କରିଥିଲେ। କିନ୍ତୁ ସମସ୍ତ ଅଭିଯୋଗକୁ ମୁଶ୍ରିଫ ଅସ୍ୱୀକାର କରିଥିଲେ।

ଅଟକ ରଖିଲା କିରିଟ ସୋମାୟା କୋହ୍ଲାପୁର ମହାରାଷ୍ଟ୍ର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Latest News

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.