ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି: ରାତି ୯ ଟା ପର୍ଯ୍ୟନ୍ତ ଚାଲିବ

Published: Sep 26, 2021, 7:50 pm IST

ଭୁବନେଶ୍ବର: ବାତ୍ୟା ଗୁଲାବକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ବର୍ତ୍ତମାନ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଯାହା ୩ ଘଣ୍ଟା ଧରି ଚାଲିବ। ଏହି ଲ୍ୟାଣ୍ଡଫଲ ସନ୍ଧ୍ୟା ୬ ଟାରୁ ଆରମ୍ଭ କରି ପାଖାପାଖି ରାତି ୯ ଟା ୩୦ରେ ଶେଷ ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ଅତି ପବନ ବହିବାର ସମ୍ଭାବନା ନାହିଁ। କିନ୍ତୁ ଏହାର ପ୍ରଭାବରେ ୩ ଟି ଜିଲ୍ଲାରେ ଲ୍ୟାଣ୍ଡଫଳ କରିବ। ଏହାର ପ୍ରଭାବରେ ୮ ଟି ଜିଲ୍ଲାରେ ବର୍ଷା ହେବ।

ବର୍ତ୍ତମାନ ଅତି ପବନ କିମ୍ବା ପ୍ରବଳ ବର୍ଷାର ସୂଚନା ନାହିଁ। ଏହା ଆଜି ରାତିରେ କୋରାପୁଟ ଦେଇ ଅତିକ୍ରମ କରିବ। ବର୍ଷା ଓ ପବନ ଅଧିକ ନଥିବାରୁ ଲୋକେ ସ୍ଥାନାନ୍ତାର ପ୍ରତି ଆଗ୍ରହ ଦେଖାଉନାହାନ୍ତି। ବର୍ତ୍ତମାନ ସୁଦ୍ଧା ୧୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୬ ଶହ ଜଣ ଗର୍ଭବତୀ ମହିଳା, ବୃଦ୍ଧ ଓ ଭିନ୍ନକ୍ଷମଙ୍କୁ ଏପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇଛି।

ଗଜପତିରେ ଭୁସ୍ଖଳନ ସମ୍ଭାବନା ଥିବାରୁ ପ୍ରଶାସନ ସଜାଗ ରହିଛି। ତେବେ ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ଗୁଲାବ ଓଡିଶା ଅତିକ୍ରମ ବୋଲି ଅନୁମାନ କରାଯାଇଛି। ସେଥିପାଇଁ ଜନସାଧାରଣଙ୍କୁ ଆସନ୍ତାକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି।

Related posts