Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି: ରାତି ୯ ଟା ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ବର: ବାତ୍ୟା ଗୁଲାବକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ବର୍ତ୍ତମାନ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଯାହା ୩ ଘଣ୍ଟା ଧରି ଚାଲିବ। ଏହି ଲ୍ୟାଣ୍ଡଫଲ ସନ୍ଧ୍ୟା ୬ ଟାରୁ ଆରମ୍ଭ କରି ପାଖାପାଖି ରାତି ୯ ଟା ୩୦ରେ ଶେଷ ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ଅତି ପବନ ବହିବାର ସମ୍ଭାବନା ନାହିଁ। କିନ୍ତୁ ଏହାର ପ୍ରଭାବରେ ୩ ଟି ଜିଲ୍ଲାରେ ଲ୍ୟାଣ୍ଡଫଳ କରିବ। ଏହାର ପ୍ରଭାବରେ ୮ ଟି ଜିଲ୍ଲାରେ ବର୍ଷା ହେବ।

ବର୍ତ୍ତମାନ ଅତି ପବନ କିମ୍ବା ପ୍ରବଳ ବର୍ଷାର ସୂଚନା ନାହିଁ। ଏହା ଆଜି ରାତିରେ କୋରାପୁଟ ଦେଇ ଅତିକ୍ରମ କରିବ। ବର୍ଷା ଓ ପବନ ଅଧିକ ନଥିବାରୁ ଲୋକେ ସ୍ଥାନାନ୍ତାର ପ୍ରତି ଆଗ୍ରହ ଦେଖାଉନାହାନ୍ତି। ବର୍ତ୍ତମାନ ସୁଦ୍ଧା ୧୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୬ ଶହ ଜଣ ଗର୍ଭବତୀ ମହିଳା, ବୃଦ୍ଧ ଓ ଭିନ୍ନକ୍ଷମଙ୍କୁ ଏପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇଛି।

ଗଜପତିରେ ଭୁସ୍ଖଳନ ସମ୍ଭାବନା ଥିବାରୁ ପ୍ରଶାସନ ସଜାଗ ରହିଛି। ତେବେ ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ଗୁଲାବ ଓଡିଶା ଅତିକ୍ରମ ବୋଲି ଅନୁମାନ କରାଯାଇଛି। ସେଥିପାଇଁ ଜନସାଧାରଣଙ୍କୁ ଆସନ୍ତାକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ସଜାଗ ରହିଛି ଭାରତୀୟ ନୌସେନା

ସୀତାରାମ ଅଗ୍ରୱାଲ

ଚିଲିକା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଅବତରଣ କରିବ ବୋଲି ଅନୁମାନ କରାଯାଉଛି। ତେବେ ଭାରତୀୟ ନୌସେନା ଉକ୍ତ ବାତ୍ୟାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି। ମୁଖ୍ୟାଳୟ, ପୂର୍ବାଞ୍ଚଳ ନାଭାଲ କମାଣ୍ଡ ଏବଂ ନାଭାଲ ଅଫିସର ଇନଚାର୍ଜ (ଓଡ଼ିଶା) ତଥା କମାଣ୍ଡିଙ୍ଗ ଅଫିସର ଆଇଏନଏସ ଚିଲିକା, କମୋରେଡ଼ ଏନ. ପି ପ୍ରଦୀପ ମିଳିତ ଭାବେ ବାତ୍ୟା ‘ଗୁଲାବ’ର ପ୍ରଭାବକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଏବଂ ଆବଶ୍ୟକ ଅନୁଯାୟୀ ସହାୟତା ପ୍ରଦାନ ପାଇଁ ରାଜ୍ୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି।

ପ୍ରସ୍ତୁତିର ଏକ ଅଂଶ ଭାବରେ ବନ୍ୟା ରିଲିଫ୍ ଟିମ୍ ଏବଂ ଡାଇଭିଂ ଟିମ୍ ଓଡିଶାରେ ପୂର୍ବପ୍ରସ୍ତୁତ ହୋଇ ତୁରନ୍ତ ସହାୟତା ନିମନ୍ତେ ବିଶାଖାପାଟନମ ଯିବାପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଭାରତୀୟ ନୌସେନାର ଦୁଇ ଗୋଟି ଜାହାଜ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ପ୍ରଶମନ (ଏଚ.ଏ.ଡ଼ି.ଆର ) ସାମଗ୍ରୀ ଏବଂ ଡାକ୍ତରୀ ଦଳ ସହିତ ଅଧିକ ପ୍ରଭାବିତ ଆଶଙ୍କା ଅଞ୍ଚଳରେ ସହାୟତା କରିବାକୁ ସମୁଦ୍ରରେ ପୂର୍ବରୁ ଉପସ୍ଥିତ ଅଛି।

ନାଭାଲ୍ ଏୟାର ଷ୍ଟେସନ୍, ବିଶାଖାପାଟନମରେ ଥିବା ଆଇଏନଏସ ଡେଗା ଏବଂ ଚେନ୍ନାଇ ନିକଟରେ ଥିବା ଆଇଏନଏସ ରଜାଲିରେ ଅଧିକ ପ୍ରଭାବିତ ଅଞ୍ଚଳ, ଆହତଙ୍କ ନିରାପତ୍ତା ଏବଂ ରିଲିଫ୍ ସାମଗ୍ରୀର ଏୟାରଡ୍ରପ୍ ବିଷୟରେ ବିମାନ ସର୍ଭେ କରିବା ପାଇଁ ଭାରତୀୟ ନୌସେନାର ବିମାନଗୁଡ଼ିକ ପ୍ରସ୍ତୁତ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

Cyclone Breaking: ଜଣାପଡିଲା ବାତ୍ୟା ଗୁଲାବ ସ୍ଥଳଭାଗ ଛୁଇଁବାର ସ୍ଥାନ ଆଉ ସମୟ

ଭୁବନେଶ୍ବର: ବାତ୍ୟା ଗୁଲାବ କେତେବେଳେ ସ୍ଥଳଭାଗ ଛୁଇଁବ ସେ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। ପୂର୍ବରୁ ଆଜି ସଂଧ୍ୟାରେ ଏହା ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ ସଦ୍ୟତମ ସୂଚନା ଅନୁସାରେ ବାତ୍ୟା ଗୁଲାବ ଆଜି ରାତି 9 ଟା ପରେ ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି। ଏହି ଲ୍ୟାଣ୍ଡଫଲ୍ ପକ୍ରିୟା ପ୍ରାୟ 3 ଘଣ୍ଟା ଧରି ଚାଲିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ତେବେ ଏହା ଗୋପାଳପୁର ଏବଂ କଳିଙ୍ଗପାଟାନମ ମଧ୍ୟରେ କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହି ସମୟରେ 75ରୁ 85 କିଲୋମିଟରେ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ତେବେ ସ୍ଥାନେସ୍ଥାନେ ଏହା 95 କିଲୋମିଟର ବେଗକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

Cyclone Alert: ଏଗାରଟି ଜିଲ୍ଲାକୁ ପୁରା ସତର୍କ ରହିବାକୁ ନିର୍ଦ୍ଦେଶ, ଭୂସ୍ଖଳନ ହେବାର ସମ୍ଭାବନା

ଭୁବନେଶ୍ବର : ବାତ୍ୟା ଗୁଲାବ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି। ସେଥି ମଧ୍ୟରୁ ରାଜ୍ୟର ଆଠଟି ଜିଲ୍ଲାକୁ ପୁରା ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, କଟକ, ନୟାଗଡ଼, ଗଂଜାମ , ଗଜପତି, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗଡା ଏବଂ କୋରାପୁଟ।

ଏସବୁ ଜିଲ୍ଲାରେ ଆସନ୍ତା ତିନି ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ପବନର ବେଗ 40-50 କିଲୋମିଟର ସହିତ ମଧ୍ୟମ ବର୍ଷା ଏବଂ ଘଡଘଡି ହେବ ବୋଲି କୁହାଯାଇଛି। ଏଥିରେ ଭୁବନେଶ୍ବର ଏବଂ କଟକ ଜିଲ୍ଲାରେ ମଧ୍ୟ ପ୍ରଭାବିତ ହେବ ବୋଲି କୁହାଯାଇଛି। ଏହି ଜିଲ୍ଲାର ତଳିଆ ଅଞ୍ଚଳକୁ ଖାଲି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଆଉ ଏଗାରଟି ଜିଲ୍ଲାକୁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଗୁଡିକ ହେଲା ମାଲକାନଗିରି, କନ୍ଧମାଳ, ନୟାଗଡ଼, ବୌଦ୍ଧ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେଉଁଝର ଏବଂ ଦେଓଗଡ। ଏହି ଜିଲ୍ଲାଗୁଡିକରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଉଥିବାରୁ ଦୁଇଟି ଜିଲ୍ଲାରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ସେହି ଦୁଇଟି ଜିଲ୍ଲା ହେଲା ଗଜପତି ଏବଂ ରାୟଗଡା। ଏହି ଦୁଇଟି ଜିଲ୍ଲାର ଜିଲ୍ଲାପାଳ ଦ୍ବୟ ଟ୍ରାଫିକ ତଥା ଯାନବାହନ ଚଳାଚଳ ଉପରେ ନଜର ରଖିବାକୁ କୁହାଯାଇଛି। ଦରକାର ପଡିଲେ ରାସ୍ତ ବନ୍ଦ କରିପାରିବେ ବୋଲି ମଧ୍ୟ ଅନୁମତି ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଆରମ୍ଭ ହେଲା ବାତ୍ୟା ଗୁଲାବର ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଗୋପାଳପୁରରୁ ଅଳ୍ପ ଦୂରରେ ରହିଛି

ଭୁବନେଶ୍ବର, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଗୁଲାବ ବର୍ତ୍ତମାନ ବାତ୍ୟା ରୂପ ନେଇଛି। ଗତ 6 ଘଣ୍ଟା ମଧ୍ୟରେ ଏହା ଘଣ୍ଟାକୁ 10 କିଲୋମିଟର ବେଗରେ ସ୍ଥଳଭାଗକୁ ମାଡିଆସୁଛି। ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ଗୁଲାବ ଗୋପାଳପୁରର ଦକ୍ଷିଣପଶ୍ଚିମ ଦିଗର 270 କିଲୋମିଟର ଦୂରରେ ରହିଛି। ଆଜି ସଂଧ୍ୟାରେ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଇଛି।

ଏହାର ପ୍ରଭାବରେ ବର୍ତ୍ତମାନ ରାଜଧାନୀ ସମେତ ଦକ୍ଷିଣ ଓଡିଶାର ବର୍ଷା ସହିତ ସାମାନ୍ୟ ପବନ ଆରମ୍ଭ ହୋଇଯାଇଛି। ରାଜଧାନୀରେ ସକାଳୁ ସକାଳୁ ପାଗ ସାମାନ୍ୟ ଭଲ ଥିବା ବେଳେ 9ଟା ବେଳକୁ ଏଥିରେ ପରିବର୍ତ୍ତନ ଦେଖାଦେଇଥିଲା। ହଠାତ ମେଘୁଆ ପାଗ ହେବା ସହିତ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମଝିରେ ମଝିରେ ପ୍ରବଳ ବର୍ଷା ମଧ୍ୟ ଅନୁଭୂତ ହୋଇଛି। ସଂଧ୍ୟା ବେଳକୁ ଏହାର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡିଛି।

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇ କୁହାଯାଇଛି। ଏଥିସହିତ ସମୁଦ୍ରକୁଳିଆ ଅଞ୍ଚଳଗୁଡିକରେ ସତର୍କ ରହିବା ପାଇଁ ମଧ୍ୟ କୁହାଯାଇଛି। ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକର ଜିଲ୍ଲାପାଳ ଏହା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ମଧ୍ୟ ଗତକାଲିଠାରୁ କରାଯାଇଛି। ଏଥିପାଇଁ 42 ଟି ଓଡ୍ରାଫ ଟିମ ଏବଂ 24ଟି ଏନଡିଆରଏଫ ଟିମକୁ ମଧ୍ୟ ସଜାଗ କରି ରଖାଯାଇଛି। ସେମାନଙ୍କୁ ବାତ୍ୟା ପ୍ରଭାବିତ ଜିଲ୍ଲାଗୁକରେ ମୁତୟନ କରାଯାଇଛି। ଏଥିସହିତ ଅଗ୍ନିଶମ ବିଭାଗ ଏବଂ ତଟ ସୁରକ୍ଷା ବାହିନୀଙ୍କୁ ମଧ୍ୟ ସଜାଗ ରଖାଯାଇଛି।