ମସ୍‌ଜିଦ୍‌ରେ ମହିଳାଙ୍କ ପ୍ରବେଶ ନେଇ ମାମଲା ଗ୍ରହଣ କଲେ ସର୍ବୋଚ୍ଚ ନ୍ୟାୟାଳୟ

Published: Apr 16, 2019, 2:35 pm IST

ମହିଳା ମାନଙ୍କ ମସ୍‌ଜିଦ୍ ପ୍ରବେଶ ଏବଂ ପ୍ରାର୍ଥନା ଉପରେ ରହିଥିବା କଟକଣାକୁ ନେଇ ଦାୟର କରାଯାଇଥିବା ଏକ ମାମଲାକୁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଜନୈକ ମହାରାଷ୍ଟ୍ର ଦମ୍ପତ୍ତି ମୁସଲିମ ମହିଳାଙ୍କ ମସ୍‌ଜିଦ୍‌ରେ ପ୍ରାର୍ଥନା ଉପରେ ରହିଥିବା କଟକଣା ଉଠାଇବାକୁ ନେଇ ଆବେଦନ କରିଥିଲେ। ମଙ୍ଗଳବାର ଏହି ମାମଲାକୁ ଗ୍ରହଣ କରିଛନ୍ତି ଏସ୍‌ ଏ ବୋବଡେ ଏବଂ ଏସ୍‌ ଅବ୍‌ଦୁଲ୍‌ ନଜୀରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ। ନିକଟରେ ସବ୍ରିମାଳାରେ ମହିଳାଙ୍କ ପ୍ରବେଶ ନେଇ ରାୟ ଶୁଣାଇ ଥିବାରୁ ଏହି ମାମଲା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଖଣ୍ଡପୀଠ। ମୁମ୍ବାଇ ହାଜି ଅଲୀ ଦର୍ଘାରେ ମହିଳାଙ୍କ ପ୍ରବେଶକୁ ନେଇ ପୁଣେର ଦମ୍ପତ୍ତି ୟାସ୍ମିନ୍‌ ଜୁବେର ଅହମ୍ମଦ ଏବଂ ଜୁବେର ଅହମ୍ମଦଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି। ଏହା ସଂଖ୍ୟାଲଘୁ ମହିଳାଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି କୋର୍ଟ କହିବା ସହିତ ଏ ନେଇ କେନ୍ଦ୍ର ସରକାର ଏବଂ ମୁସଲିମ ବୋର୍ଡ ମାନଙ୍କୁ ଏକ ନୋଟିସ୍‌ ଜାରି କରିଛନ୍ତି।

Related posts