ନେପାଳର 20 ବର୍ଷର ଛାତ୍ର ଭାରତରେ ହାସଲ କଲେ ବେଦଶାସ୍ତ୍ରରେ ସ୍ବର୍ଣ୍ଣ ପଦକ

Published: Oct 5, 2021, 11:52 am IST

ନୂଆଦିଲ୍ଲୀ: କାଠମାଣ୍ଡୁର 20 ବର୍ଷିୟ ଛାତ୍ର ସଙ୍ଗମ ପାଠକଙ୍କୁ ଭାରତରେ ବେଦଶାସ୍ତ୍ର ସ୍ନାତକୋତ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।  ଅନ୍ୟ 4 ନେପାଳୀ ଛାତ୍ର ବାସୁଦେବ ଆର୍ଯ୍ୟଲ, ବିପିନ ସାପକୋଟା, କେଦାର ପ୍ରସାଦ ଅଧିକାରୀ ଏବଂ ସିଦ୍ଧାର୍ଥ ପାଣ୍ଡେଙ୍କୁ ମଧ୍ୟ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ତେବେ ସଙ୍ଗମ ହେଉଛନ୍ତି ସର୍ବ କନିଷ୍ଠ।

ସେ ନେପାଳରେ ତାଙ୍କର ପାଠପଢା ସମାପ୍ତ କରି ବେଦରେ ପରବର୍ତ୍ତୀ ଅଧ୍ୟୟନ ପାଇଁ ଭାରତ ଆସିଥିଲେ। ସେ ସ୍କୁଲ ସମୟରୁ ସର୍ବଦା ଭଲ ଛାତ୍ର ଭାବରେ ପରିଚିତ ହୋଇ ରହି ଆସିଛନ୍ତି। ସେ ପ୍ରମାଣିତ କରିଛନ୍ତି ଯେ, ମୂଳ ସଂସ୍କୃତି ଏବଂ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଯୁବକମାନେ ଜଡିତ ହେବା ଆବଶ୍ୟକ। ଫଳରେ ହିନ୍ଦୁ ଧର୍ମର ମୂଲ୍ୟବୋଧକୁ ଭଲ ଭାବରେ ବୁଝିବା ପାଇଁ ପ୍ରୋତ୍ସାହିତ କରିବ।

Related posts