Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦୀ ସରକାରଙ୍କର ବିମୁଦ୍ରୀକରଣ ଯୋଜନାକୁ ବାତିଲ ଓ ଲକ୍ଷ୍ମୀପୁରରେ କୃଷକଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବୀ
ଆଜିର ଖବର

ମୋଦୀ ସରକାରଙ୍କର ବିମୁଦ୍ରୀକରଣ ଯୋଜନାକୁ ବାତିଲ ଓ ଲକ୍ଷ୍ମୀପୁରରେ କୃଷକଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବୀ

October 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୋଦୀ ସରକାରଙ୍କର ବିମୁଦ୍ରୀକରଣ ଯୋଜନାକୁ ବାତିଲ ଓ ଲକ୍ଷ୍ମୀପୁରରେ କୃଷକଙ୍କ ହତ୍ୟାକାରୀଙ୍କୁ ଗରିଫ ଦାବୀ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇ.ଏନ୍‌.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି., ସି.ଆଇ.ଟି.ୟୁ., ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ., ଟି.ୟୁ.ସି.ସି ଓ ସେୱା ପକ୍ଷରୁ ପ୍ରଦିବାଦ ବିକ୍ଷୋଭ କରାଯାଇଛି। ମୋଦୀ ସରକାର ମୁଦ୍ରୀକରଣ ଯୋଜନା ନାମରେ ଦେଶକୁ ବିକିବାର ଚେଷ୍ଟା କରୁଛନ୍ତି ତାହାକୁ ଶ୍ରମିକ ଶ୍ରେଣୀ ରକ୍ଷା କରିବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଆସନ୍ତା ୪ ବର୍ଷ ମଧ୍ୟରେ ୬ ଲକ୍ଷ କୋଟି ଟଙ୍କା ଆୟ କରିବା ଲାଗି ମୋଦୀ ସରକାର ଦେଶର ରେଳ, ବିମାନବନ୍ଦର, ବନ୍ଦର, କୋଇଲା ଖଣି, ବି.ଏସ୍‌.ଏନ୍‌.ଏଲ. ଓ ଏମ୍‌ଟିଏଲଏନ, ଦୁଇଟି ଖେଳ ଷ୍ଟାଡ଼ିୟମ୍‌., ଭାରତୀୟ ତୈଳ ନିଗମ କୁ ବିକ୍ରି କରିବା ମସୁଧାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବୀ କରାଯାଇଛି। ଏତଦ୍‌ବ୍ୟତିତ ମୋଦୀ ସରକାର କୃଷକ-ଶ୍ରମକ ମାନଙ୍କ ଉପରେ ଦମନ ନୀତି ବନ୍ଦ କରିବା ଓ ଉତର ପ୍ରଦେଶର ଲକ୍ଷ୍ମୀପୁରର ଖେରୀ ଠାରେ କୃଷକମାନଙ୍କୁ ହତ୍ୟା କରିଥିବା ବି.ଜେ.ପି. ଗୁଣ୍ଡାମାନଙ୍କୁ ତୁରନ୍ତ ଗିରଫ କରିବାକୁ ଏହି ବିକ୍ଷୋଭରେ ଦାବୀ କରାଯାଇଅଛି।

ମୋଦୀ ସରକାର ଦେଶର ସାଧାରଣ ମଣିଷଙ୍କ ଟିକସ ପଇସାରେ ନିମିତ ହୋଇଥିବା ରାଷ୍ଟ୍ରୀୟ ସଂପତିକୁ ପୁଞ୍ଜିପତିଙ୍କ ହାତରେ ବିକିଦେବା ଏକ ଲଜ୍ୟାଜନକ। ଏହି ରାଷ୍ଟ୍ରୀୟ ସଂପତି ଦେଶର ସଂପତି ଭାବେ ରଖିବାକୁ ସମସ୍ତ ଶ୍ରମିକ ଶ୍ରେଣୀ ଆଗେଇ ଆସିବା ଉଚିତ୍ ବୋଲି କେନ୍ଦ୍ରୀୟ ଶ୍ରମିକ ସଂଗଠନ ନେତାମାନେ ଦୃଢ଼ ଦାବୀ କରିଛନ୍ତି।

ଏହି ପ୍ରତିବାଦ ବିକ୍ଷୋଭରେ ଆଇ.ଏନ୍‌.ଟି.ୟୁ.ସିର କିଶୋର ଜେନା, ଶ୍ୟାମ ସୁନ୍ଦର ମହାପାତ୍ର, ଏ.ଆଇ.ଟି.ୟୁ.ସିର ନେତା ରାମକୃଷ୍ଣ ପଣ୍ଡା, ସୁର ଜେନା, ବିଜୟ ଜେନା, ସି.ଆଇ.ଟି.ୟୁର ନେତା ରମେଶ ଜେନା ଓ ପୂର୍ଣ୍ଣ ପାଢ଼ୀ, ଏ.ଆଇ.ୟୁ.ଟି.ୟୁ.ସିର ନେତା ପୂର୍ଣ୍ଣଚନ୍ଦ୍ର ବେହେରା, ନିରଞ୍ଜନ ମହାନ୍ତି, ଏ.ଆଇ.ସି.ସି.ଟି.ୟୁର ନେତା ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଟି.ୟୁ.ସି.ସିର ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓ ସେୱାର ନେତ୍ରୀ ପରିଲତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ପ୍ରଣତି ମିଶ୍ର, ସତ୍ୟବ୍ରତ ନାୟକ, ଧରଣୀଧର ସ୍ୱାଇ, ସିଲି ସେଠୀ, ଏ.ଆଇ.ସି.ସି.ଟି.ୟୁର ବଂଶିଧର ପରିଡ଼ା, ମାନସ ରଞ୍ଜନ ପ୍ରଧାନ, ସି.ଆଇ.ଟି.ୟୁର ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।

ଗିରଫ ଦାବୀ ମୋଦୀ ସରକାର ଲକ୍ଷ୍ମୀପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.