Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କ ଭିଡିଓ ମାଧ୍ୟମରେ ନିଜ ସରକାରକୁ ଟାର୍ଗେଟ କଲେ ସାଂସଦ ବରୁଣ ଗାନ୍ଧୀ
ଆଜିର ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କ ଭିଡିଓ ମାଧ୍ୟମରେ ନିଜ ସରକାରକୁ ଟାର୍ଗେଟ କଲେ ସାଂସଦ ବରୁଣ ଗାନ୍ଧୀ

October 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ତଥା ଉତ୍ତରପ୍ରଦେଶରେ ଶାସକ ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ ଆଜିକାଲି ଦଳ ବିରୋଧରେ ଆକ୍ରମଣ କରୁଛନ୍ତି। ଲକ୍ଷ୍ମୀପୁର ଖେରୀରେ କୃଷକଙ୍କୁ ଗାଡି ଚଢାଇବା ମାମଲାରେ ବିଜେପି ସରକାରକୁ ସେ ପୁଣିଥରେ ସମାଲୋଚନା କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣର ଏକ ଅଂଶ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ବରୁଣ ଗାନ୍ଧୀଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ବାଜପେୟୀ କୃଷକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ବାଜପେୟୀ ଏଭଳି କହୁଥିବା ଶୁଣିବାକୁ ମିଳୁଛି ଯେ, “ମୁଁ ସରକାରଙ୍କୁ ଚେତାବନୀ ଦେବାକୁ ଚାହୁଁଛି। ଦମନ ପ୍ରକ୍ରିୟାକୁ ଛାଡିଦିଅ। ଭୟଭୀତ କରିବାକୁ ଚେଷ୍ଟା କର ନାହିଁ। କୃଷକ ଭୟଭୀତ ନୁହଁନ୍ତି। ଆମେ ଦଳୀୟ ରାଜନୀତିକୁ କୃଷକଙ୍କ ଆନ୍ଦୋଳନରେ ବ୍ୟବହାର କରିବାକୁ ଚାହୁଁନାହୁଁ।” କିନ୍ତୁ ଆମେ ଚାଷୀଙ୍କ ଉଚିତ ଦାବିକୁ ସମର୍ଥନ କରୁଛୁ। ଯଦି ସରକାର ଆଇନକୁ ଦମନ କରନ୍ତି, ଅପବ୍ୟବହାର କରନ୍ତି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରନ୍ତି, ତା’ହେଲେ ଆମେ କୃଷକଙ୍କ ଆନ୍ଦୋଳନରେ ଡେଇଁବାକୁ ଦ୍ୱିଧା କରିବୁ ନାହିଁ। ସେମାନଙ୍କ ସହିତ କାନ୍ଧ ସହିତ କାନ୍ଧ ମିଶାଇ ଏକାଠି ଠିଆ ହେବୁ।”

Wise words from a big-hearted leader… pic.twitter.com/xlRtznjFAx

— Varun Gandhi (@varungandhi80) October 14, 2021

ଗତ ରବିବାର (ଅକ୍ଟୋବର ୧୦ ତାରିଖ) ମଧ୍ୟ ବରୁଣ ଗାନ୍ଧୀ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ପଦରୁ ବହିଷ୍କୃତ ହେବା ପରେ ଲକ୍ଷ୍ମୀପୁର ଖେରୀ ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ଟାର୍ଗେଟ କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ, ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ‘ଖାଲିସ୍ତାନୀ’ ଏଭଳି ଘଟଣାକୁ ଘଟାଇଛି। ମନ୍ତ୍ରୀଙ୍କ ନାମ ନ ରଖି ବରୁଣ ଗାନ୍ଧୀ କହିଛନ୍ତି ଯେ, ଏହି ଘଟଣାକୁ ସାମ୍ପ୍ରଦାୟିକ କରିବା ପାଇଁ ପ୍ରୟାସ କରାଯାଇଛି।

ଅଟଳ ବିହାରୀ ବାଜପେୟୀ ଉତ୍ତରପ୍ରଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ବରୁଣ ଗାନ୍ଧୀ ଭାରତୀୟ ଜନତା ପାର୍ଟି ଲକ୍ଷ୍ମୀପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.