ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୩୫ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Oct 15, 2021, 6:43 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୮୩, କଟକରୁ ୪୮, ମୟୂରଭଞ୍ଜରୁ ୨୨, ଜଗତସିଂହପୁରରୁ ୨୦, ପୁରୀରୁ ୨୦, ବାଲେଶ୍ବରରୁ ୧୬, ଯାଜପୁରରୁ ୧୪, ସମ୍ବଲପୁରରୁ ୮, ସୁନ୍ଦରଗଡରୁ ୮, କେନ୍ଦ୍ରାପଡାରୁ ୭, ନୟାଗଡରୁ ୭, କଳାହାଣ୍ଡିରୁ ୫, ଗଞ୍ଜାମରୁ ୩, ଦେବଗଡରୁ ୨, ବରଗଡରୁ ୧, ଝାରସୁଗୁଡାରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୧, କୋରାପୁଟରୁ ୧, ନୂଆପଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୧ ହଜାର ୧୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୨୭୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୭୬୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୭୮ କୁ ବୃଦ୍ଧି ହୋଇଛି।

Related posts