Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୈଶ୍ୱିକ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟ ନିବାହୀ ଓ ବିଶେଷଜ୍ଞଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ 
ଆଜିର ଖବର

ବୈଶ୍ୱିକ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟ ନିବାହୀ ଓ ବିଶେଷଜ୍ଞଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ 

October 19, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସନ୍ଧ୍ୟା ୬ଟାବେଳେ ବୈଶ୍ୱିକ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓ ବିଶେଷଜ୍ଞଙ୍କ ସହ ଭିଡିଓ କନ୍‌ଫରେନ୍ସି ଜରିଆରେ ମତ ବିନିମୟ କରିବେ। ତୈଳ ଓ ବାଷ୍ପ କ୍ଷେତ୍ରରେ ଥିବା ବିଶେଷଜ୍ଞମାନଙ୍କ ସହ ୨୦୧୬ ମସିହାରୁ ଏପରି ମତ ବିନିମୟ ହୋଇ ଆସୁଥିବାବେଳେ, ଏହା ହେଉଛି ଷଷ୍ଠ ବାର୍ଷିକ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଏହି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଭାରତରେ ଏ ସଂକ୍ରାନ୍ତ ପୁଞ୍ଜିନିବେଶ ସମ୍ଭାବନା ନେଇ ମଧ୍ୟ ଆଲୋଚନା କରିଥାନ୍ତି।

ମତ ବିନିମୟ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା। ମତ ବିନିମୟ କାଳରେ ବିଶେଷଭାବେ ଭାରତରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଉତ୍ତୋଳନ ଓ ଉତ୍ପାଦନକୁ ପ୍ରୋତ୍ସାହିତ ୍‌କରିବା, ଶକ୍ତି କ୍ଷେତ୍ରରେ ସ୍ୱାଧୀନତା, ଗ୍ୟାସ ଭିତ୍ତିକ ଅର୍ଥନୀତି, ସ୍ୱଚ୍ଛ ଇନ୍ଧନ, ସବୁଜ ଉଦ୍‌ଯାନ ଅର୍ଥନୀତି, ଜୈବ ଇନ୍ଧନ ଉତ୍ପାଦନ ବୃଦ୍ଧି ଇତ୍ୟାଦି ଜରିଆରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ସମ୍ପର୍କରେ ମତବିନିମୟ ହେବ। ବହୁ ରାଷ୍ଟ୍ରୀୟ ନିଗମ ଓ ଆନ୍ତର୍ଜାତିକ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ, ବିଶେଷଜ୍ଞ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ବିଶେଷଜ୍ଞ ଭିଡିଓ କନ୍‌ଫରେନ୍‌ସିଂ ମତ ବିନିମୟ
Share. Facebook Twitter LinkedIn Email WhatsApp Copy Link

Related Posts

ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି: ସୋଆ ଉପସଭାପତି

September 6, 2026

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ କର୍ପସ କମାଣ୍ଡରଙ୍କ ପ୍ରଥମ ବଡ଼ ବୈଠକ: ଜାଣନ୍ତୁ ପ୍ରସଙ୍ଗ

September 6, 2026

ଅବତରଣ ପୂର୍ବରୁ ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇଜଣଙ୍କ ମୃତ୍ୟୁ

September 6, 2026

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ: କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

September 6, 2026
Latest News

ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି: ସୋଆ ଉପସଭାପତି

September 6, 2026

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ କର୍ପସ କମାଣ୍ଡରଙ୍କ ପ୍ରଥମ ବଡ଼ ବୈଠକ: ଜାଣନ୍ତୁ ପ୍ରସଙ୍ଗ

September 6, 2026

ଅବତରଣ ପୂର୍ବରୁ ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇଜଣଙ୍କ ମୃତ୍ୟୁ

September 6, 2026

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ: କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

September 6, 2026

ସମ୍ମମ୍‌ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍‌ର ଶୁଭାରମ୍ଭ: ଓଡ଼ିଶାର ପ୍ରଥମ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.