ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Oct 20, 2021, 9:03 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୧୬, କଟକରୁ ୩୩, ମୟୂରଭଞ୍ଜରୁ ୨୩, ବାଲେଶ୍ବରରୁ ୧୯, କୋରାପୁଟରୁ ୧୯, ସମ୍ବଲପୁରରୁ ୧୯, ଯାଜପୁରରୁ ୧୨, ପୁରୀରୁ ୧୨, କେନ୍ଦ୍ରାପଡାରୁ ୧୦, ସୁନ୍ଦରଗଡରୁ ୧୦, ନୟାଗଡରୁ ୬, ଜଗତସିଂହପୁରରୁ ୪, କେନ୍ଦୁଝରରୁ ୪, ଅନୁଗୁଳରୁ ୩, ଭଦ୍ରକରୁ ୩, ଗଞ୍ଜାମରୁ ୩, ନୂଆପଡାରୁ ୨, ବରଗଡରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୩ ହଜାର ୮୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୫୩୨ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୩୩୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୬ କୁ ବୃଦ୍ଧି ହୋଇଛି।

Related posts