ନୂଆଦିଲ୍ଲୀ: ସାରା ଦେଶରେ ବ୍ୟାପିଥିବା ୱକଫ ସମ୍ପତ୍ତି ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଖାଲି ୱକଫ ଜମିରେ ସ୍କୁଲ ଏବଂ ଡାକ୍ତରଖାନା ନିର୍ମାଣ କରାଯିବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭିଙ୍କ ଅଧ୍ୟକ୍ଷତାରେ ଆଜି ୮୯ ତମ କେନ୍ଦ୍ରୀୟ ୱକଫ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୱକଫ ବୋର୍ଡ ଜମିକୁ ଏକ ଉତ୍ତମ ଉପାୟରେ ବ୍ୟବହାର କରାଯିବା ଉଚିତ ବୋଲି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଜନ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୱକଫ ସମ୍ପତ୍ତି ଉପରେ ବିଦ୍ୟାଳୟ, କଲେଜ, ଆଇଟିଆଇ, ଦକ୍ଷତା ବିକାଶ କେନ୍ଦ୍ର, ହଷ୍ଟେଲ ଏବଂ ସଦଭାବ ମଣ୍ଡପ ନିର୍ମାଣ କରାଯିବ।
ୱକଫ୍ ସମ୍ପତିଗୁଡିକର ହେବ ଜିପିଏସ୍ ମ୍ୟାପିଙ୍ଗ୍:
କେନ୍ଦ୍ର ସରକାର ବର୍ତ୍ତମାନ ଦେଶରେ ହଜାର ହଜାର ୱକଫ ସମ୍ପତ୍ତିର ସବିଶେଷ ତଥ୍ୟ କମ୍ପ୍ୟୁଟରରେ ଗୋଟିଏ ସ୍ଥାନରେ ସଂଗ୍ରହ କରିବେ। ଯାହା ଦ୍ଵାରା ଯେକୌଣସି ଜମିର ପ୍ରକୃତ ଅବସ୍ଥାନ ଗୋଟିଏ କ୍ଲିକରେ ଦେଖାଯିବ। ଏଥିପାଇଁ ୱାକଫ୍ ସମ୍ପତିଗୁଡିକର ଜିପିଏସ୍ / ଜିଏସ୍ ମ୍ୟାପିଂ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଏହି କାମ ଶୀଘ୍ର ଶେଷ ହେବ।
ୱକଫ ଜମିରେ ବିକାଶ କାର୍ଯ୍ୟ ଆରମ୍ଭ ହେବ:
କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭି ଟୁଇଟ୍ କରି କହିଛନ୍ତି ଯେ, ଜିପିଏସ୍ ମ୍ୟାପିଂ ମାଧ୍ୟମରେ ଦେଶର ବହୁ ଦୂରବର୍ତ୍ତୀ ୱକଫ୍ ଜମିଗୁଡିକର ସୁରକ୍ଷା ତଥା ସଂରକ୍ଷଣ ମଧ୍ୟ ଏକ ଉନ୍ନତ ଉପାୟରେ କରାଯିବ ଏବଂ ବିକାଶ କାର୍ଯ୍ୟ ମଧ୍ୟ ଶୀଘ୍ର କରାଯାଇପାରିବ। ସ୍ଥାନୀୟ ଲୋକଙ୍କ ନିକଟରେ କେନ୍ଦ୍ରର ଯୋଜନା ପହଞ୍ଚାଇବରେ ମଧ୍ୟ ଉପଯୋଗୀ ହେବ।



