ଚାଷୀଙ୍କ ଧାରଣାସ୍ଥଳ ଟିକରୀ ସୀମାରେ ଦୁର୍ଘଟଣା: ତିନି ମହିଳା ମୃତ, ତିନି ଗୁରୁତର

Published: Oct 28, 2021, 11:43 am IST

ନୂଆଦିଲ୍ଲୀ: ଚାଷୀଙ୍କ ଧାରଣାସ୍ଥଳ ଟିକରୀ ସୀମାରେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ମହିଳା ଚାଷୀଙ୍କୁ ଧକ୍କା ଦେଇଛି। ଟ୍ରକଟି ଡିଭାଇଡର୍ ଉପରେ ବସିଥିବା ମହିଳା ଚାଷୀଙ୍କ ଉପରେ ଚଢିଯାଇଛି। ଏଥିରେ ତିନିଜଣ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି।

ମହିଳାମାନେ ଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ। ମୃତ ମହିଳାମାନେ କୃଷକ ଆନ୍ଦୋଳନରେ ଜଡିତ ଥିଲେ ଏବଂ ସେମାନେ ପଞ୍ଜାବର ମାନସା ଜିଲ୍ଲାର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

Related posts