Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିପିଟି, ଏମସିଏଲର କାର୍ଯ୍ୟଧାରା ଓ ପ୍ରକଳ୍ପ ସମୀକ୍ଷା କଲେ କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
ଆଜିର ଖବର

ପିପିଟି, ଏମସିଏଲର କାର୍ଯ୍ୟଧାରା ଓ ପ୍ରକଳ୍ପ ସମୀକ୍ଷା କଲେ କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

October 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଗୁରୁବାର ଦିନ ପାରାଦୀପ ବନ୍ଦର ଟ୍ରଷ୍ଟ (ପିପିଟି) ଏବଂ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ (ଏମସିଏଲ)ର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି। ଶ୍ରୀ ଯୋଶୀ ପାରାଦୀପ ବନ୍ଦର ଏବଂ ଏମସିଏଲର ହିଙ୍ଗୁଳା କୋଇଲା ଖଣି କ୍ଷେତ୍ର ପରିଦର୍ଶନ କରି ଏହି ସମୀକ୍ଷା କରିଥିଲେ।

ଶ୍ରୀ ଯୋଶୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ଆରମ୍ଭରୁ ସେ ପାରାଦୀପ ବନ୍ଦର ଗସ୍ତ କରି କୋଇଲା ଲୋଡିଂ ବ୍ୟବସ୍ଥାର ଅନୁଧ୍ୟାନ କରିଥଲେ। ତାଙ୍କ ସହିତ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନଭେ ଉପସ୍ଥିତ ଥିଲେ। ସମୁଦ୍ର ମାର୍ଗ ଦେଇ କୋଇଲା ପରିବହନ ବୃଦ୍ଧି କରିବା ଲାଗି ବନ୍ଦରରେ ଥିବା ସୁବିଧାର ସମ୍ପୂର୍ଣ୍ଣ ଉପଯୋଗ ନିମନ୍ତେ ଶ୍ରୀ ଯୋଶୀ ନିର୍ଦ୍ଦେଶ ଦେଇଥିଲେ। ପାରାଦୀପ ବନ୍ଦରକୁ କୋଇଲା ହବ୍ ରୂପରେ ବ୍ୟବହାର କରିବା ଲାଗି ସମ୍ଭାବନାକୁ ଉଜାଗର କରିବା ନିମନ୍ତେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଶ୍ରୀ ଯୋଶୀ ମଧ୍ୟ ପାରାଦୀପ ବନ୍ଦର ନିକଟରେ ଥିବା ରେଳ ରିସିଭାଲ ସିଷ୍ଟମ ପରିଦର୍ଶନ କରିଥିଲେ, ଏଠାରେ ଓ୍ବାଗନ-ଟିପଲର୍ସ ସହାୟତାରେ କୋଇଲା ଅନଲୋଡ୍ କରାଯାଇଥାଏ। ମନ୍ତ୍ରୀ କହିଥିଲେ ଯେ, ଏହି ଅନଲୋଡ୍ ବ୍ୟବସ୍ଥା ବେଶ ଦକ୍ଷ। ଏହା ସମୟ ଏବଂ ବିଳମ୍ବଜନିତ ଖର୍ଚ୍ଚ ହ୍ରାସ କରିବା ସହିତ କୋଇଲା ଧୂଳି ଉଡ଼ିବା ପରିମାଣ କମାଇଥାଏ।

ଏହାପରେ କୋଇଲା ମନ୍ତ୍ରୀ ଏମସିଏଲର ହିଙ୍ଗୁଳା କ୍ଷେତ୍ରରେ ଥିବା ବଳରାମ ଓପନକାଷ୍ଟ ଖଣି ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ। ମନ୍ତ୍ରୀ କହିଥିଲେ ଯେ, “ବାର୍ଷିକ ୮ ମିଲିୟନ ଟନ କ୍ଷମତା ବିଶିଷ୍ଟ ଏହି କୋଇଲା ଖଣିର ବିସ୍ଫୋରଣ କାମରେ କେବଳ ମହିଳାମାନେ ନିୟୋଜିତ ହୋଇଛନ୍ତି। ସେ ମଧ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ କୋଇଲା ଉତ୍ପାଦନ ଏବଂ ପ୍ରେରଣ ନିମନ୍ତେ ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ଯୋଶୀ ବଳରାମ ଓପନକାଷ୍ଟ ପ୍ରକଳ୍ପ ନିକଟରେ ଶ୍ରମିକ ଗୌରବ ଜଳ ଉଦ୍ୟାନର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଏକ କୋଇଲା ଖଣି ଜମିର ପୁନରୁଦ୍ଧାର କରାଯାଇ ଏକ ସୁନ୍ଦର ହ୍ରଦ ପାର୍ଶ୍ବରେ ପ୍ରତିଷ୍ଠା ହେବାକୁ ଥିବା ଏହି ଜଳ ଉଦ୍ୟାନରେ ଏକ ବଡ଼ ପର୍ଯ୍ୟଟନ ସ୍ଥଳୀ ହେବାର ସମ୍ଭାବନା ରହିଛି।

ସେ ମଧ୍ୟ ଏମସିଏଲର ହିଙ୍ଗୁଳା କ୍ଷେତ୍ରର ରେଳ ସାଇଡିଂ ପରିଦର୍ଶନ କରିଥିଲେ। ଓ୍ବାଗନ ପରିବହନ ସମୟ ହ୍ରାସ କରିବା ଉପରେ ମନ୍ତ୍ରୀ ଜୋର ଦେଇଥିଲେ। କୋଇଲା ପ୍ରେରଣ ବୃଦ୍ଧି କରିବା ସଂକ୍ରାନ୍ତରେ ସେ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରେଳସାଇଡିଂ ନିକଟରେ ପେଲୋଡର ଅପରେଟର ମାନଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କର କଠିନ କାମ ଲାଗି ସେମାନଙ୍କୁ ପ୍ରଶଂସା କରିଥିଲେ। ଏଥିସହିତ କୋଇଲା ଲୋଡିଂ ବୃଦ୍ଧି ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଏମସିଏଲ ପିପିପି ପ୍ରହ୍ଲାଦ ଯୋଶୀ ସମୀକ୍ଷା କଲେ
Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.