Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅନୁଷ୍ଠିତ
ଆଜିର ଖବର

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅନୁଷ୍ଠିତ

October 29, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟ ମାନବସମାଜର ଚିରସହଚର। ବିପର୍ଯ୍ୟୟଟିଏ ଆସିଲେ ପରିବାର ତରଫରୁ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତି କରିହୁଏ। ଜନବସତିରେ ପରିବାର ସହିତ ବସବାସ କରୁଥିବା ଶିଶୁମାନେ ପାରିବାରିକ ସୁରକ୍ଷା ପାଇ ପାରୁଥିବାବେଳେ, କୌଣସି କାରଣରୁ ସେଥିରୁ ଦୂରେଇଯାଇ ଆନୁଷ୍ଠାନିକ ଯନି ବ୍ୟବସ୍ଥାରେ ରହିଥିବା ଶିଶୁମାନଙ୍କୁ ବିପର୍ଯ୍ୟୟ ନିମନ୍ତେ ପ୍ରସ୍ତୁତ ରଖିବା ସହିତ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଶିଶୁମାନେ ଅଧିକ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରଖିବା ଦିଗରେ ଶିଶୁଯନି ଅନୁଷ୍ଠାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ପୂର୍ବାହ୍ନରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଶିଶୁମାନଙ୍କ ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି।

୧୯୯୯ ଅକେଫାବର ୨୯ ତାରିଖରେ ସଂଘଟିତ ମହାବାତ୍ୟା ପରେ ସମଗ୍ର ରାଜ୍ୟରେ ଏହି ଦିନଟିକୁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଭାସି ମାଧ୍ୟମରେ ବିଭାଗ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ ଓଡ଼ିଶା ଭଳି ଏକ କ୍ରମାଗତ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ବନ୍ୟା, ବାତ୍ୟା, ମରୁଡ଼ି, ବଜ୍ରପାତ, ଅଂଶୁଘାତ, ଭୂସ୍ଖଳନ ଏବଂ ମହାମାରୀ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶିଶୁଯନି ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ଏହାର ମୁକାବିଲା କରିବା ନିମନ୍ତେ ପର୍ଯ୍ୟାପ୍ତ ପ୍ରସ୍ତୁତି ଦିଗରେ ବିଭାଗ ପକ୍ଷରୁ କରାଯାଇଥିବା ଆକ୍ସନ୍‌ ପ୍ଲାନ୍‌ ବେଶ୍‌ ଫଳପ୍ରଦ ହୋଇପାରିବ ଏବଂ ଏହାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଉପରେ ମନ୍ତ୍ରୀ ଶ୍ରୀମତୀ ସାହୁ ଗୁରୁତ୍ୱ ଆରୋପ କରିଛନ୍ତି।

କାର୍ଯ୍ୟକ୍ରମ ସହିତ ସଂପୃକ୍ତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ, ଆମ ରାଜ୍ୟର ୨୩୮ଟି ଶିଶୁଯନି ଅନୁଷ୍ଠାନରେ ୮୫୦୦ ଶିଶୁଙ୍କୁ ଏକ ନିରାପଦ ଏବଂ ଭୟମୁକ୍ତ ପରିବେଶରେ ରଖିବା ନିମନ୍ତେ ବହୁବିଧ ପଦକ୍ଷେପ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି। କିନ୍ତୁ କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା, ବିପର୍ଯ୍ୟୟ ପରିଚାଳନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି।

ଏହି ପରିପ୍ରେକ୍ଷୀରେ ଶିଶୁଯନି ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ କରିବା ନିମନ୍ତେ ବିଭାଗ ତରଫରୁ ଅତି ସ୍ୱଳ୍ୱ ସମୟ ମଧ୍ୟରେ ୟୁନିସେଫ୍‌ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ମିଳିତ ସହଭାଗିତାରେ ଏସ୍‌ଓପି, ହ୍ୟାଣ୍ଡବୁକ୍‌, ପ୍ରଶିକ୍ଷଣ ପୁସ୍ତିକା ଆଦି ପ୍ରସ୍ତୁତ କରାଯାଇଛି। ଏଥି ସହିତ ଅନୁଷ୍ଠାନଗୁଡ଼ିକର ଯନି ପ୍ରଦାନକାରୀମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯି। ଏହା ଦ୍ୱାରା ଶିଶୁମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଆମେ ଉତ୍କର୍ଷ ପ୍ରଦର୍ଶନ କରିପାରିବା ବୋଲି ପ୍ରମୁଖ ଶାସନ ସଚିବ ଆଶା ପ୍ରକାଶ କରିଥିଲେ।

ଏହି ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ନିର୍ଦ୍ଦେଶକ, ସମନ୍ୱିତ ଶିଶୁ ବିକାଶ ଅରବିନ୍ଦ ଅଗ୍ରୱାଲ୍‌ କହିଥିଲେ, ‘ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଜିରୋ କାଜୁଆଲିଟିକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ତେଣୁ ବିପର୍ଯ୍ୟୟ ପ୍ରତିକାର, ପ୍ରସ୍ତୁତି, ପରିଚାଳନା ଓ ଦକ୍ଷତା ବୃଦ୍ଧି ମାଧ୍ୟମରେ ଶିଶୁଯନି ଅନୁଷ୍ଠାନଗୁଡ଼ିକରେ ସୁରକ୍ଷିତ ପରିବେଶକୁ ସୁନିଶ୍ଚିତ କରାଯାଇପାରିବ। ଏଥି ପାଇଁ ସେବା ପ୍ରଦାନକାରୀ କର୍ମଚାରୀମାନଙ୍କୁ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟର ମୁକାବିଲା ତଥା ଅଗ୍ନିଜନିତ ଦୁର୍ଘଟଣାରୁ ପ୍ରତିହତ କରିବା ନିମନ୍ତେ ନିୟମିତ ପ୍ରଶିକ୍ଷଣ ପ୍ରଦାନପୂର୍ବକ ଶିଶୁଯନି ଅନୁଷ୍ଠାନଗୁଡ଼ିକୁ ଆହୁରି ସୁଦୃଢ଼ କରାଯିବ।’

ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌ର ଓଡ଼ିଶା ରାଜ୍ୟ ମୁଖ୍ୟ ମୋନିକା ନିଲେସନ୍‌ ଶିଶୁଯନି ଅନୁଷ୍ଠାନଗୁଡ଼ିକର ପରିଚାଳନାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ କନ୍‌ସଲଣ୍ଟାଣ୍ଟ ଗୌତମ ଆର୍ଯ୍ୟଭୂଷଣ ଟ୍ରେନିଂ ମଡୁ୍ୟଲ୍‌ର ବିଭିନ୍ନ ପ୍ରାବଧାନ ସଂପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ଓସ୍‌ଡମା ସହାୟତାରେ ପ୍ରସ୍ତୁତ ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କିତ ମାନକ ପରିାଳନା ପଦ୍ଧତି (ଏସ୍‌ଓପି), ମାର୍ଗଦର୍ଶିକା (ଡୁ ଆଣ୍ଡ ଡୁନଟସ୍‌), ଯନି ପ୍ରଦାନକାରୀମାନଙ୍କ ନିମନ୍ତେ ପ୍ରଶିକ୍ଷଣ ପୁସ୍ତିକା ଆଦିକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଲୋକାର୍ପଣ କରିଥିଲେ। ଏହି ସବୁ ସାମଗ୍ରୀଗୁଡ଼ିକ ଯଥାଶୀଘ୍ର ସମସ୍ତ ଶିଶୁଯନି ଅନୁଷ୍ଠାନମାନଙ୍କୁ ପ୍ରେରଣ କରାଯିବ ବୋଳି ବୈଠକରେ ସୂଚନା ଦିଆଯାଇଥିଲା। ପ୍ରାରମ୍ଭରେ ଅତିରିକ୍ତ ଶାସନ ସଚିବ, ଶିଶୁକଲ୍ୟାଣ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ୟୁନିସେଫ୍‌ର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ସଦସ୍ୟ, ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ, ଡିଏସ୍‌ଡବ୍ଲୁ୍ୟଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନ ତଥା ଶିଶୁଯନି ଅନୁଷ୍ଠାନର ଅନ୍ତେବାସୀମାନଙ୍କ ସହ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ସଦସ୍ୟ ଅଂଶଗ୍ରହଣ କରିଥିଲେ।

ଟୁକୁନି ସାହୁ ପ୍ରାକୃତିକ ଦୁର୍ବିପାକ ମହିଳା ଓ ଶିଶୁ ବିକାଶ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026
Latest News

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.