ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୩୮ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Nov 1, 2021, 7:25 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୦୨, କଟକରୁ ୫୬, ମୟୂରଭଞ୍ଜରୁ ୧୭, ବାଲେଶ୍ବରରୁ ୧୫, ସମ୍ବଲପୁରରୁ ୧୪, ସୁନ୍ଦରଗଡରୁ ୧୪, ଯାଜପୁରରୁ ୧୩, ପୁରୀରୁ ୮, ଜଗତସିଂହପୁରରୁ ୭, ଭଦ୍ରକରୁ ୬, ବରଗଡରୁ ୫, ଦେବଗଡରୁ ୫, ନୟାଗଡରୁ ୪, ଢେଙ୍କାନାଳରୁ ୩, କେନ୍ଦ୍ରାପଡାରୁ ୩, ଅନୁଗୁଳରୁ ୨, ବଲାଙ୍ଗୀରିରୁ ୨, ଗଞ୍ଜାମରୁ ୨, ଝାରସୁଗୁଡାରୁ ୨, କୋରାପୁଟରୁ ୨, ନୂଆପଡାରୁ ୨, ରାୟଗଡାରୁ ୨, କନ୍ଧମାଳରୁ ୧, କେନ୍ଦୁଝରରୁ ୧ ଏବଂ ଷ୍ଟେଟ ପୁଲରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୯ ହଜାର ୫୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୭୭୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୧୪୭ ଏବଂ ବର୍ତ୍ତମାନ ୩୭୯୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts