ଆଜି ହେଉଛି ଗିରି ଗୋବର୍ଦ୍ଧନ ପୂଜା, ଜାଣନ୍ତୁ ଏହି ପୂଜା କଣ କାହିଁକି ହୁଏ ପାଳନ

Published: Nov 5, 2021, 6:58 am IST

ଭୁବନେଶ୍ବର: ପ୍ରତି ବର୍ଷ ଦୀପାବଳିର ପରଦିନ ଗୋବର୍ଦ୍ଧନ ପୂଜା କରାଯାଇଥାଏ। ଗୋବର୍ଦ୍ଧନ ପୂଜା ଦିନ ଭଗବାନ ଶ୍ରୀକୃଷ୍ଣ, ଗୋବର୍ଦ୍ଧନ ପର୍ବତ ଏବଂ ଗାଈମାନଙ୍କୁ ପୂଜା କରିବାର ନିୟମ ରହିଛି। ହିନ୍ଦୁ ଧର୍ମରେ ଏହି ପର୍ବର ବହୁତ ଗୁରୁତ୍ୱ ରହିଛି।

ଗୋବର୍ଦ୍ଧନ ପୂଜା ଦିନ, ଲୋକମାନେ ଘର ପ୍ରାଙ୍ଗଣରେ ଗୋବରରେ ଗୋବର୍ଦ୍ଧନ ପର୍ବତର ଚିତ୍ର ତିଆରି କରି ଗୋବର୍ଦ୍ଧନ ଭଗବାନଙ୍କୁ ପୂଜା କରନ୍ତି ଏବଂ ପରିକ୍ରମା କରନ୍ତି। ଏହି ଦିନ ଅନ୍ନଭୋଗ ପ୍ରଭୁଙ୍କୁ ଅର୍ପଣ କରାଯାଏ, ଯେଉଁଥିପାଇଁ ଗୋବର୍ଦ୍ଧନ ପୂଜାକୁ ‘ଅନ୍ନକୂଟ ପୂଜା’ ମଧ୍ୟ କୁହାଯାଏ।

ଏହି ପୂଜାର ମାହାତ୍ମ ହେଉଛି ଯେ, ଶ୍ରୀକୃଷ୍ଣ ଗୋପପୁରବାସୀଙ୍କୁ ପଥର ବର୍ଷାରୁ ରକ୍ଷା କରିବା ପାଇଁ ସେ ଗୋବର୍ଦ୍ଧନ ପର୍ବତକୁ ଟେକି ଧରିଥିଲେ। ତାହାରି ତଳେ ଗୋପପୁରବାସୀ ଏବଂ ଗାଈଗୋରୁ ସେହି ଭିତରେ ସୁରକ୍ଷିତ ଥିଲେ। ଫଳରେ ସେହିଦିନଠାରୁ ଗିରିଗୋବର୍ଦ୍ଧନ ପୂଜା କରାଯାଇଆସୁଛି।

Related posts