Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ରାଜ୍ୟସ୍ତରୀୟ ଶହୀଦ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ
ଆଜିର ଖବର

ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ରାଜ୍ୟସ୍ତରୀୟ ଶହୀଦ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

November 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ରାଜ୍ୟସ୍ତରୀୟ ଶହୀଦ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭାରତ ଭୂମିର ସ୍ଵାଧୀନତା ପାଇଁ ଯେଉଁ ସଂଘର୍ଷମୟ ସଂଗ୍ରାମ ଜାରି ରହିଥିଲା ସେଥିରେ ଓଡ଼ିଶାର ବହୁ ବୀର ସଂଗ୍ରାମୀ ନିଜର ସର୍ବସ୍ୱ ତ୍ୟାଗକରି ଆତ୍ମ ବଳିଦାନ ଦେଇଥିଲେ । ଶହୀଦ ବିର୍ସା ମୁଣ୍ଡା ମାତ୍ର ୨୫ ବର୍ଷ ବୟସରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ପ୍ରାଣବଳୀ ଦେଇଥିଲେ । ଆଜି ସଂଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ  ଆୟୋଜିତ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ସଭାରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଉଭୟ ମଞ୍ଚ ଓ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଶହୀଦ ବିର୍ସା ମୁଣ୍ଡାଙ୍କୁ ସ୍ଵାଭିମାନ ଓ  ଦେଶପ୍ରେମ ର ପ୍ରତୀକ ଭାବେ ବର୍ଣ୍ଣନା କରିବା ସହ ଆଦିବାସୀ ମାନଙ୍କ ନିମନ୍ତେ ପରିଚିତି ସୃଷ୍ଟି କରିବା ସହ ଭବିଷ୍ୟତ ପିଢିଙ୍କ ନିମନ୍ତେ ଆଲୋକ ବର୍ତ୍ତିକା ବୋଲି କହିଥିଲେ ।ଆଜିର ଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳିତ ହେଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।

ପୂର୍ଵତନ ସାଂସଦ ଡକ୍ଟର ପ୍ରଭାସ ସିଂ ଭର୍ଚୁଆଲ ମାଧ୍ୟମରେ ଉତ୍ସବରେ ଯୋଗ ଦେଇ କହିଥିଲେ ଯେ ଶହୀଦ ବିର୍ସା ମୁଣ୍ଡା ଅତି ଅଳ୍ପ ବୟସରୁ ଆଦିବାସୀ ସଂପ୍ରଦାୟର ଅସ୍ମିତା ତଥା ଉନ୍ନତି ପାଇଁ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ର ସଂମ୍ପାଦକ ଡକ୍ଟର ଲେନିନ୍ ମହାନ୍ତି ଏହି ଜୟନ୍ତୀ ଉତ୍ସବରେ ଉପସ୍ଥିତ ରହି କହିଥିଲେ ,ଶହୀଦ ବିର୍ସା ମୁଣ୍ଡା ୨୫ ବର୍ଷର ସ୍ଵଳ୍ପ ଜୀବନ କାଳରେ ଶୋଷଣ ବିରୋଧରେ ସଂଗ୍ରାମ କରି ପରିବର୍ତ୍ତନ ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଥିଲେ । ମୁଖ୍ୟ ବକ୍ତା

ଅବସର ପ୍ରାପ୍ତ ପ୍ରଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ଦାଶ ନିଜର ବକ୍ତବ୍ୟ ରଖି କହିଥିଲେ ଆମେ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ପରିପ୍ରେକ୍ଷୀରେ ଶହୀଦ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳନ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ।ଶହୀଦ ବିର୍ସାମୁଣ୍ଡା ତାଙ୍କର ଅତି ସ୍ଵଳ୍ପ ବର୍ଷର ଜୀବନକାଳରେ ଆଦିବାସୀ ସଂପ୍ରଦାୟ ମଧ୍ୟରେ ନୂତନ ଚେତନା ଜାଗରଣ କରିଥିଲେ। ସେ ପ୍ରକୃତରେ ଥିଲେ ଜଣେ ଜାତୀୟ ବୀର ତଥା ସଶସ୍ତ୍ର ସଂଗ୍ରାମର କର୍ଣଧାର ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଜୟନ୍ତୀ ଉତ୍ସବରେ ସ୍ଵାଗତଭାଷଣ ପ୍ରଦାନ କରି ବିର୍ସା ମୁଣ୍ଡା ଆଦିବାସୀଙ୍କ ମଧ୍ୟରେ ନବଜାଗରଣ ଆଣିଥିଲେ ବୋଲି ମନ୍ତବ୍ୟ  ରଖିଥିଲେ।ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026
Latest News

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.