Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ପ୍ରଥମ ବୈଶ୍ୱିକ ଶିଖର ସମ୍ମିଳନୀ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ପ୍ରଥମ ବୈଶ୍ୱିକ ଶିଖର ସମ୍ମିଳନୀ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

November 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ବିଶ୍ୱ ଔଷଧ ପ୍ରସ୍ତୁତି ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଶ୍ୱିକ ମହାମାରୀ ଔଷଧ ପ୍ରସ୍ତୁତି କ୍ଷେତ୍ରକୁ ଅଧିକ ଲୋକଲୋଚନକୁ ଆଣିଛି। ସେ ଜୀବନ ଶୈଳୀ ହେଉ ବା ଔଷଧ କିମ୍ବା ମେଡିକାଲ ପ୍ରଯୁକ୍ତି ବିଦ୍ୟା  ବା ଟିକା, ଗତ ଦୁଇବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ଯତ୍ନର ପ୍ରତ୍ୟେକ କ୍ଷେତ୍ର ବୈଶ୍ୱିକ ଦୃଷ୍ଟି ଆକର୍ଷଣ କରିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଔଷଧ ପ୍ରସ୍ତୁତି ଶିଳ୍ପକୁ ମଧ୍ୟ ଆହ୍ୱାନର ମୁକାବିଲା କରିବାକୁ ପଡିଛି। ଭାରତୀୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବୈଶ୍ୱକ ଆସ୍ଥା ଯୋଗୁଁ ଭାରତକୁ ନିକଟରେ ‘ବିଶ୍ୱର ଫାର୍ମାସୀ’ ବୋଲି କୁହାଯାଉଥିବା ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ବିସ୍ତୁତଭାବେ କହିଥିଲେ ଯେ ସୁଧାର ସଂଜ୍ଞା କେବଳ ଶାରୀରିକ ଅବସ୍ଥା ମଧ୍ୟରେ ସୀମିତ ନୁହେଁ । ଆମେ ସମଗ୍ର ମାନବ କଲ୍ୟାଣରେ ବିଶ୍ୱାସ କରୁ। ଏହି ଉତ୍ସାହ ଆମେ କୋଭିଡ-୧୯ କାଳରେ ବିଶ୍ୱକୁ ପ୍ରଦର୍ଶନ କରିଛୁ।

ବୈଶ୍ୱିକ ମହାମାରୀର ପ୍ରାଥମିକ ଅବସ୍ଥାରେ ଆମେ ୧୫୦ଟି ଦେଶକୁ ଜୀବନ ରକ୍ଷାକାରୀ ଔଷଧ ଓ ଔଷଧ ଉପକରଣ ପଠାଇଥିଲୁ। ସେହିବର୍ଷ ପାଖାପାଖି ୧୦୦ଟି ଦେଶକୁ ଆମେ ୬୫ ନିୟୁତ କୋଭିଡ ଟିକାମାତ୍ରା ମଧ୍ୟ ପଠାଇଥିଲୁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଦ୍‌ଭାବନର ଅନୁକୂଳ ବାତାବରଣ ସୃଷ୍ଟି ହେଲେ ଭାରତ ବିଶ୍ୱରେ ଔଷଧ ଉଦ୍‌ଭାବନ ଓ ଔଷଧୀୟ ଉପକରଣ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ। ନୀତିଗତ ନିଷ୍ପତ୍ତି ଅଂଶୀଦାରମାନଙ୍କ ସହମତିରେ କରାଗଲେ କୌଣସି ବାଧାବିଘ୍ନ ମଧ୍ୟ ରହିବ ନାହିଁ। ଭାରତରେ ଅନେକ ବିଜ୍ଞାନୀ ଓ ବୈଷୟିକ ଜ୍ଞାନ ତତ୍ୱବିତ୍ ଅଛନ୍ତି ଓ ସେମାନଙ୍କ ସହଯୋଗରେ ଔଷଧ ଶିଳ୍ପକୁ ସଫଳତାର ନୂତନ ଶିଖରକୁ ନେଇ ହେବ। ଏହି ଶକ୍ତିକୁ ଉଦ୍‌ଜୀବିତ କରି ‘ଆବିଷ୍କାର ଓ ମେକ୍ ଇନ୍ ଇଣ୍ଡିଆ’ ସ୍ୱପ୍ନକୁ ସାକାର କରିବେ।

ସ୍ୱଦେଶୀ ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ। “ଆଜି ୧୩୦କୋଟି ଭାରତବାସୀ ଆତ୍ମନିର୍ଭର ଭାରତ ଗଠନ ନିମନ୍ତେ ଦାୟିତ୍ୱ ନେଇଛନ୍ତି। ଆଜି ଆମକୁ ଔଷଧ ଓ ଟିକାର ମୂଳ କଞ୍ଚାମାଲ ପ୍ରସ୍ତୁତ ପାଇଁ ଚିନ୍ତା କରିବାକୁ ହେବ। ଏହି କ୍ଷେତ୍ରରେ ଭାରତ ବିଜୟୀ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।”

ପ୍ରଧାନମନ୍ତ୍ରୀ ଅଂଶୀଦାରମାନଙ୍କୁ ଭାରତରେ ବିଚାର କରି ଉଦ୍‌ଭାବନ କରିଥିବା ଓ ବିଶ୍ୱ ପାଇଁ ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀ ପ୍ରସ୍ତୁତ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରକୃତ ସାମର୍ଥ୍ୟ ଦେଖାଇ ବିଶ୍ୱ ସେବା କରିବାକୁ ସେ ଉପସଂହାରରେ ମତବ୍ୟକ୍ତ କରିଥିଲେ।

ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶ୍ୱିକ ଶିଖର ସମ୍ମିଳନୀ ମନସୁଖ ମାଣ୍ଡଭିୟ
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣିରେ ମିଳିଲା ପ୍ରବଳ ଜନ ସମର୍ଥନ

September 11, 2026
Latest News

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.