Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେଲା ଉଡ଼ାନ୍ ଉତ୍ସବ
ଆଜିର ଖବର

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେଲା ଉଡ଼ାନ୍ ଉତ୍ସବ

November 22, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତୀୟ ବିମାନ ସେବାର ଲୋକତାନ୍ତ୍ରିକରଣ ହୋଇଛି, ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସୋମବାର ଦିନ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆୟୋଜିତ ଉଡ଼ାନ ଉତ୍ସବ ସମାରୋହରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସିନ୍ଧିଆ ଏହା କହିଛନ୍ତି।

ସେ କହିଥିଲେ ଯେ, ଝାରସୁଗୁଡ଼ା ବିମାନ ବନ୍ଦରର ବିକାଶ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଏକ ଶ୍ରେଷ୍ଠ ଉଦାହରଣ ଏବଂ ଏହା ଉଡ଼ାନ ଯୋଜନାର ସବୁଠୁ ସଫଳ କାହାଣୀ। କେନ୍ଦ୍ର ଓ ରାଜ୍ୟ ସରକାର ମିଶି କାର୍ଯ୍ୟ କଲେ କିଭଳି ଚମତ୍କାର ହୋଇପାରିବ, ଏହା ତାହାର ଏକ ଉଦାହରଣ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ସିନ୍ଧିଆ କହିଥିଲେ ଯେ, କୋଭିଡ ମହାମାରୀ ସମୟରେ ଦେଶର ଅନ୍ୟ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀ ସଂଖ୍ୟା ହ୍ରାସ ପାଇଥିଲା। ମାତ୍ର ଝାରସୁଗୁଡ଼ା ବିମାନ ବନ୍ଦର ଦେଶର କେତୋଟି ହାତଗଣତି ବିମାନବନ୍ଦର ମଧ୍ୟରେ ସାମିଲ ହୋଇପାରିଥିଲା ଯେଉଁଠି ଭିନ୍ନ ସ୍ଥିତି ଦେଖିବାକୁ ମିଳିଥିଲା। ସାରା ଦେଶରେ ମହାମାରୀ କାରଣରୁ ଯାତ୍ରୀ ସଂଖ୍ୟା ୬୨ ପ୍ରତିଶତ ହ୍ରାସ ପାଇଥିଲା, ମାତ୍ର ଏହା ତୁଳନାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ମାତ୍ର ୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା। ଏହା ଏହି କ୍ଷେତ୍ର ଏବଂ ଜିଲ୍ଲାରେ ରହିଥିବା ବ୍ୟାପକ ସମ୍ଭାବନାକୁ ପ୍ରଦର୍ଶିତ କରିଥାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଉଡ଼ାନ୍ ଯୋଜନାର ସଫଳତା ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଥିଲେ ଯେ, ସ୍ୱାଧୀନତା ପରବର୍ତ୍ତୀ ସାତ ଦଶନ୍ଧି ମଧ୍ୟରେ ଦେଶରେ ମାତ୍ର ୭୨ଟି ବିମାନ ବନ୍ଦର ନିର୍ମାଣ ହୋଇପାରିଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସକ୍ଷମ ନେତୃତ୍ୱରେ ୨୦୧୪ ପରଠାରୁ ବର୍ତ୍ତମାନସୁଦ୍ଧା ଦେଶରେ ବିମାନ ବନ୍ଦର ସଂଖ୍ୟା ୧୩୬ରେ ପହଞ୍ଚିଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ମୋଟ ବିମାନବନ୍ଦର ସଂଖ୍ୟାକୁ ୨୨୦ରେ ପହଞ୍ଚାଇବା ଲାଗି ଆମେ ଲକ୍ଷ୍ୟ ରଖିଛୁ। ଏଥିରେ ହେଲିପ୍ୟାଡ୍ ଏବଂ ୱାଟର ଏରୋଡ୍ରମ ସାମିଲ ରହିଛି। ଉଡ଼ାନ୍ ଯୋଜନା କାର୍ଯ୍ୟକାରୀ ହେବା ଫଳରେ  ଦେଶରେ ବିମାନ ମାର୍ଗ ଏବଂ ଏୟାରଲାଇନ୍ସ (ବିମାନ ଚଳାଚଳକାରୀ ସଂସ୍ଥା) ଗୁଡ଼ିକର ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବା ଶ୍ରୀ ସିନ୍ଧିଆ କହିଥିଲେ।

ଝାରସୁଗୁଡ଼ା ଭଳି ସମୃଦ୍ଧଶାଳୀ ଭୂଖଣ୍ଡର ବୈଭବ ଉପରେ ଆଲୋକପାତ କରି ଶ୍ରୀ ସିନ୍ଧିଆ କହିଥିଲେ ଯେ ଏହି ଜିଲ୍ଲା ଓଡ଼ିଶାର ଶକ୍ତି କେନ୍ଦ୍ର। ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଜନ୍ମ ଦେଇଥିବା ଏ ମାଟି ପ୍ରାକୃତିକ ଏବଂ ସାଂସ୍କୃତିକ ସମ୍ପଦରେ ପରିପୂର୍ଣ୍ଣ। ତେଣୁ ଏଠାରେ ଉଡ଼ାନ୍ ମହୋତ୍ସବ ଆୟୋଜନ କରାଯିବା ଯଥାର୍ଥ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଓଡ଼ିଶାରେ ବିମାନ ବନ୍ଦର ସମ୍ପ୍ରସାରଣ ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଜବାବ ମିଳିବା ପରେ ପୁରୀ ଠାରେ ଏକ ନୂତନ ବିମାନ ବନ୍ଦର ନିର୍ମାଣ କରାଯିବ। ସେହିପରି ଝାରସୁଗୁଡ଼ା ବିମାନ ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କରାଯିବ।

ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ମନ୍ତ୍ରୀ ଦେଶର ବିଭିନ୍ନ ଭାଗରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିବା ବିମାନବନ୍ଦର ନିର୍ଦ୍ଦେଶକ/ଅଧିକାରୀ ଏବଂ ଉଡ଼ାନ ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଇଣ୍ଡିଆନ ସ୍କୁଲ୍ ଅଫ ବିଜନେସ ପକ୍ଷରୁ କରାଯାଇଥିବା ‘ଉଡ଼ାନ ଯୋଜନାର ସାମାଜିକ-ଆର୍ଥିକ ପ୍ରଭାବ ଅଧ୍ୟୟନ ରିପୋର୍ଟ’କୁ ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଉନ୍ମୋଚନ କରିଥିଲେ। ତାଙ୍କ ଉପସ୍ଥିତିରେ ଉଡ଼ାନ୍ ଏବଂ ମେକ୍ ମାଇଁ ଟ୍ରିପ୍ ମଧ୍ୟରେ ସହଭାଗୀ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ଉଡ଼ାନ୍ ଲୋଗୋ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଥିଲା। କ୍ଷେତ୍ରୀୟ ଯୋଗାଯୋଗ ଯୋଜନା (ଆରସିଏସ) ଅଧୀନରେ ଶିଲଂ ଏବଂ ଦୀମାପୁର ମଧ୍ୟରେ ନୂତନ ଉଡ଼ାନ ବିମାନ ସେବାକୁ କେନ୍ଦ୍ର ମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଝାରୀ, ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ରାଜୀବ ବଂଶଲ ଏବଂ ମନ୍ତ୍ରଣାଳୟ ଓ ବିମାନ ବନ୍ଦରର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଝାରସୁଗୁଡା ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026
Latest News

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.