Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭୦ ଭାଗ ପୋଡି ହୋଇଯାଇଥିବା ଶିଶୁକୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର
ଆଜିର ଖବର

୭୦ ଭାଗ ପୋଡି ହୋଇଯାଇଥିବା ଶିଶୁକୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

November 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦୁଇ ବର୍ଷରେ ପାଦ ଥାପିଛି କୁନିପୁଅ ବେଦାଂଶୁ। ତେବେ ତା’ର ଜନ୍ମ ଦିନ ସହିତ ସେ ନୂଆ ଜନ୍ମ ପାଇଥିବାର ଖୁସି ମନାଉଛନ୍ତି ବେଦାଂଶୁର ବାପା-ମା। ଆଜକୁ ଠିକ୍ ୧୫ ଦିନ ତଳେ ତତଲା ପାଣି ପଡ଼ିବା ଯୋଗୁଁ କୁନିପୁଅଟିର ଶରୀରର ୭୦ ଭାଗ ପୋଡି ହୋଇଯାଇଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଚିକିତ୍ସା, ଯତ୍ନ ଓ ଉଦ୍ୟମ ଫଳରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ନୂଆ ଜୀବନ ପାଇଛି ଶିଶୁ।

ଗତ ନଭେମ୍ବର ୯ ତାରିଖ ଦିନ ପାତ୍ରପଡା ଅଂଚଳରେ ରହୁଥିବା ଅଟୋଚାଳକ ବିପିନ୍ କୁମାର ସାହୁ ଏବଂ ତାଙ୍କ ପତ୍ନୀ ଗୀତାଞ୍ଜଳୀଙ୍କର ପୁଅ ବେଦାଂଶୁ ଖେଳୁଥିବା ସମୟରେ ଗ୍ୟାସ୍ ଚୁଲାରେ ବସିଥିବା ଗରମ୍ ପାଣିର ହାଣ୍ଡି ତା’ ଶରୀର ଉପରେ ପଡିଯାଇଥିଲା। ଛୋଟ ଛୁଆର ଶରୀରରେ ତତଲା ପାଣି ପଡିବା ଯୋଗୁଁ ତା’ ଶରୀରର ୭୦ ଭାଗ ପୋଡି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଏକ ସ୍ଥାନୀୟ ହସ୍ପିଟାଲ୍ ଏବଂ ପରେ ସମ୍ ହସ୍ପିଟାଲ୍‌କୁ ଆଣିଥିଲେ ତା’ର ବାପା-ମା।

ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ବେଦାଂଶୁ ଗୁରୁତର ଥିବା ବେଳେ ତା’ର ମୁହଁ, ହାତ, ଦୁଇ ଜଂଘ, ଗୋଡ ଏବଂ ଶରୀରର ପଛ ଭାଗ ସମ୍ପୂର୍ଣ୍ଣ ପୋଡି ହୋଇଯାଇଥିଲା। ତୁରନ୍ତ ତାକୁ ବର୍ନ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍‌ଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗର ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ୧୦ ତାରିଖ ସକାଳେ ଶିଶୁଟିର ଶରୀରରେ ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ କୋଲାଜେନ୍ ଅର୍ଥାତ୍‌ ଆର୍ଟିଫିସିଆଲ୍ ସ୍କିନ୍ ପ୍ରତ୍ୟାରୋପଣ କରାଯାଇଥିବା ସୂଚନା ଦେଇଛନ୍ତି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଶାନ୍ତ ମିଶ୍ର।

ଶରୀରର ୭୦ ଭାଗ ପୋଡି ହୋଇଯାଇଥିବା ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ସୁସ୍ଥ ହେବା କଷ୍ଟକର ହୋଇପଡିଥିବା ବେଳେ ଶିଶୁଟି ସର୍ଜରୀ ପରେ ବିପଦମୁକ୍ତ ହୋଇପାରିଛି। ଶିଶୁଟି ଧୀରେ ଧୀରେ ସୁସ୍ଥ ହେଉଛି ଏବଂ ଖୁବ୍ ଶୀଘ୍ର ତାକୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ ବୋଲି ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି। କୁନିପୁଅ ବେଦାଂଶୁ ଏବେ ଟିକେ ଟିକେ ଚାଲିବା ଆରମ୍ଭ କଲାଣି, ଭିଡିଓ ଦେଖୁଛି ଓ ନିଜ ଖାଇବା ମଧ୍ୟ ଖାଇପାରୁଛି। ପୁଅକୁ ସମ୍‌ ହସ୍ପିଟାଲ୍‌ରେ ନୂଆ ଜୀବନ ମିଳିଛି। ପୁଅ ଏତେ ଶୀଘ୍ର ସୁସ୍ଥ ହୋଇପାରିବ ବୋଲି ଆମେ ଆଶା କରିନଥିଲୁ।

ଡାକ୍ତର ମିଶ୍ର ଓ ତାଙ୍କ ଟିମ୍ ମୋ ପୁଅକୁ ମୃତ୍ୟୁ ମୁଖରୁ ବଂଚାଇଛନ୍ତି ବୋଲି ଖୁବ୍ ଆନନ୍ଦର ସହ କହିଛନ୍ତି ବେଦାଂଶୁର ମା ଗୀତାଞ୍ଜଳୀ ସାହୁ। ହସ୍ପିଟାଲ୍‌ରେ ବର୍ନ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍‌ଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗ ପକ୍ଷରୁ ବେଦାଂଶୁର ଆଜି ଜନ୍ମଦିନ ପାଳନ କରାଯାଇଛି। ଆମ ଭଳି ପରିବାର ପାଇଁ ଗୁରୁତର ପୁଅର ଖୁବ୍ ଶୀଘ୍ର ଓ ଉତମ ତଥା ଅତ୍ୟାଧୁନିକ ଚିକିତ୍ସା ମିଳିବା ଖୁବ୍ କଷ୍ଟକର।

ତେବେ ପୁଅର ଚିକିତ୍ସା ଏବଂ ସୁସ୍ଥ ହେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଏଂଟ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ଶେଖର ମିଶ୍ରଙ୍କ ଉଦ୍ୟମ ଓ ସାହାଯ୍ୟ ନିମନ୍ତେ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଗୀତାଞ୍ଜଳୀ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବର୍ନ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍‌ଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗ ରାଜ୍ୟର ଏକମାତ୍ର ୟୁନିଟ୍ ଯେଉଁଠାରେ କି ସମସ୍ତ ପ୍ରକାର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଚିକିତ୍ସା ସହିତ ସ୍କିନ୍ ବ୍ୟାଙ୍କ ସୁବିଧା ମଧ୍ୟ ଉପଲବ୍ଧ ଅଛି ଏବଂ ରାଜ୍ୟର ଅନେକ ସ୍ଥାନରୁ ରୋଗୀମାନେ ଏଠାକୁ ଚିକିତ୍ସା ପାଇଁ ଆସିବା ସହ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ବୋଲି କହିଛନ୍ତି ପ୍ରଫେସର ଡାକ୍ତର ମିଶ୍ର।

ବେଦାଂଶୁର ପ୍ଲାଷ୍ଟିକ୍ ସର୍ଜରୀ ଓ ଚିକିତ୍ସାରେ ଡାକ୍ତର ମିଶ୍ର ଓ ତାଙ୍କ ଟିମ୍‌ଙ୍କ ସମେତ ଶିଶୁରୋଗ ବିଭାଗର ଡାକ୍ତର ଦିଲ୍ଲୀପ ଦାଶ ଓ ତାଙ୍କ ଟିମ୍‌, କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ସନ୍ତୋଷ ସିଂହ ଏବଂ ଆନେସ୍‌ଥେସିଷ୍ଟ ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଶେଖ୍ ମୁସ୍ତାକ ଅଲ୍ଲୀ ପ୍ରମୁଖ ସାମିଲ ହୋଇ ଶିଶୁଟିକୁ ସୁସ୍ଥ କରାଇବାରେ ସମସ୍ତ ପ୍ରଚେଷ୍ଟା ଓ ସହଯୋଗ କରିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ସମ୍ ଡାକ୍ତର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ଆଇଟି ଶିଳ୍ପ ଏବେ “ସେବା ରୂପେ ଏଆଇ” ଆଡ଼କୁ ଗତି କରିବା ଜରୁରୀ: ଅଶ୍ୱିନୀ ବୈଷ୍ଣବ

July 12, 2026

ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 12, 2026

ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ: ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ

July 12, 2026

ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହୁଡକୋ ସହ ଓଡ଼ିଶାର ସହଭାଗିତା

July 12, 2026
Latest News

ଭାରତୀୟ ଆଇଟି ଶିଳ୍ପ ଏବେ “ସେବା ରୂପେ ଏଆଇ” ଆଡ଼କୁ ଗତି କରିବା ଜରୁରୀ: ଅଶ୍ୱିନୀ ବୈଷ୍ଣବ

July 12, 2026

ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 12, 2026

ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ: ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ

July 12, 2026

ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହୁଡକୋ ସହ ଓଡ଼ିଶାର ସହଭାଗିତା

July 12, 2026

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.